ନୂଆଦିଲ୍ଲୀ: ବିହାରର ମୋତିହାରୀ ଜିଲ୍ଲାରେ ଥିବା ଏକ ନାମୀ ହୋଟେଲ -ରେସ୍ତୋରାଁକୁ ଦୂଷିତ ପନିର-ଚିଲ୍ଲି ପରସିବା ମହଙ୍ଗା ପଡ଼ିଛି। ଏହି ମାମଲାରେ ଜିଲ୍ଲା ଉପଭୋକ୍ତା କମିଶନ କୋର୍ଟ ୧୫୦ ଟଙ୍କା ମୂଲ୍ୟର ଦୂଷିତ ପନିର ଚିଲ୍ଲି ପାଇଁ ୧୬୦୧୫୦ ଟଙ୍କାର ଜରିମାନା ଲାଗୁ କରି ମାଲିକ ରାମେଶ୍ୱର ଶାହା ଏବଂ ପରିଚାଳକ ବିଜୟ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଥିସହିତ ଯଦି ଆଗାମୀ ଏକମାସ ମଧ୍ୟରେ ଉକ୍ତ ଜରିମାନା ରାଶି ପ୍ରଦାନ କରା ନ ଯାଏ, ତେବେ ଗ୍ରାହକଙ୍କୁ ୭ ପ୍ରତିଶତ ସୁଧ ସହିତ ଜରିମାନା ଟଙ୍କା ଦେବାକୁ ମଧ୍ୟ ଉପଭୋକ୍ତା କମିଶନ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ମୋତିହାରୀର ଦର୍ପା ଥାନା ଅଞ୍ଚଳରେ ବସବାସ କରୁଥିବା ଜିତେନ୍ଦ୍ର କୁମାର କିଛି ମାସ ପୂର୍ବରୁ ଅନ୍ନପୂର୍ଣ୍ଣା ଏବଂ ଡଟ୍ଟର୍ସ ରାଜା ବଜାର ଶାଖାରୁ ୧୫୦ ଟଙ୍କା ମୂଲ୍ୟର ପନିର ଚିଲ୍ଲି ମଗାଇଥିଲେ ଏବଂ ଏହାକୁ ଖାଇଥିଲେ। ପନିର ଚିଲ୍ଲି ଖାଇବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ସେ ରେସ୍ତୋରାଁର ଖାଦ୍ୟ ଉପରେ ସନ୍ଦେହ କରି ଉପଭୋକ୍ତା କମିଶନ କୋର୍ଟ‌ରେ ଅଭିଯୋଗ କରିଥିଲେ।

ପୀଡିତାଙ୍କ ଅଭିଯୋଗ କ୍ରମେ କୋର୍ଟ ରେସ୍ତୋରାଁ ମାଲିକ ରାମେଶ୍ୱର ଶାହଙ୍କୁ ସମନ ପଠାଇ ବ୍ୟକ୍ତିଗତ ଭାବରେ ହାଜର ହେବାକୁ କହିଥିଲେ କିନ୍ତୁ ସେ ହାଜର ହୋଇ ନଥିଲେ।

ଉପଭୋକ୍ତା କମିଶନ କୋର୍ଟ ପୀଡ଼ିତାଙ୍କ ହସ୍ପିଟାଲ ବିଲ୍, ହୋଟେଲ ବିଲ୍, ଡାକ୍ତରଙ୍କ ରିପୋର୍ଟ ସହିତ ସମସ୍ତ ପ୍ରମାଣ ଏକାଠି କରିଥିଲେ। ଏହାପରେ ହୋଟେଲ ମାଲିକଙ୍କୁ ୧୬୦୦୦୦ ଟଙ୍କା ଜରିମାନା ସହିତ ପୀଡ଼ିତଙ୍କୁ ୧୫୦ ଟଙ୍କା ମୂଲ୍ୟର ପନିର ଚିଲ୍ଲି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।  

ଯଦି ଦୋଷୀ ରେସ୍ତୋରାଁ ମାଲିକ ପୀଡିତଙ୍କୁ ଏହି ଜରିମାନା ଟଙ୍କା ନ ଦିଅନ୍ତି, ତେବେ ଏପରି ପରିସ୍ଥିତିରେ ରାମେଶ୍ୱର ଶାହଙ୍କୁ ଆହୁରି ଅଧିକ ଜରିମାନା ଦେବାକୁ ପଡିବ ବୋଲି କେ୍ାର୍ଟ ନିର୍ଦ୍ଦେଶ ଦେଇଛନ୍ତି।