୪ ହଜାର ଟଙ୍କା କମରେ ମିଳୁଛି ମୋଟୋ ଜି୫-ଏସ୍‌ , କେଉଁଠି ଜାଣନ୍ତୁ

ନୂଆଦିଲ୍ଲୀ: ଗତ ବର୍ଷ ଭାରତରେ ଲଞ୍ଚ ହୋଇଥିବା ମୋଟୋରୋଲାର ଲୋକପ୍ରିୟ ସ୍ମାର୍ଟଫୋନ ମୋଟୋ ଜି୫-ଏସ୍‌ ଏବେ ଆମାଜନରେ ୪ ହଜାର ଟଙ୍କାର ସାମୟିକ ମୂଲ୍ୟ ହ୍ରାସ ସହ ମିଳୁଛି । ଏହାର ପ୍ରକୃତ ମୂଲ୍ୟ ୧୩,୯୯୯ ଟଙ୍କା ହୋଇଥିବାବେଳେ ଆମାଜନରେ ଏହା ୯,୯୯୯ ଟଙ୍କାରେ ମିଳୁଛି । ଏଠାରେ ମନେ ରଖିବା କଥା ଯେ ଏହା କେବଳ ଆସନ୍ତା କାଲି ଅର୍ଥାତ ଏପ୍ରିଲ ୧୧ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ତାପରେ ଏହା ପୁଣି ନିଜର ପୁରୁଣା ଦର ୧୩,୯୯୯ ଟଙ୍କାରେ ମିଳିବ । ମୋଟୋ ଜି୫-ଏସ ସ୍ମାର୍ଟ, ଦୃତ ଫୋନ୍‌, ଯାହାକି ଅଧିକ କନସେପ୍ଟରେ ତିଆରି କରାଯାଇଛି । ଏହା ସମ୍ପୂର୍ଣ୍ଣ ମୋଟାଲ ୟୁନିବଡି ସହିତ ଉଚ୍ଚ ମାନର ଆଲୁମିନିୟମର ସିଙ୍ଗଲ ପିସରେ ପ୍ରସ୍ତୁତ କରାଯାଇଛି, ଯାହାକି ଏହାକୁ ପୂର୍ବ ତୁଳନାରେ ଅଧିକ ଶକ୍ତ କରିପାରିଛିି । ଉନ୍ନତ ବ୍ୟାଟେରି ଲାଇଫ, ର‍୍ୟାପିଡ ଚାର୍ଜିଙ୍ଗ ସହିତ ଟର୍ବୋ ପାୱାର ଯାହାକି ମାତ୍ର ୧୫ ମିନିଟର ଚାର୍ଜରେ ୫ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାର୍ଜ ରଖିପାରିବାର କ୍ଷମତା ବହନ କରିଛି । ମୋଟୋ ଜି୫-ଏସର ବୈଶିଷ୍ଟ୍ୟ ମଧ୍ୟରେ ହାଇ ରିଜଲ୍ୟୁସନର ୧୬ ଏମପି କ୍ୟାମେରା ସହିତ ଫେସ ଡିଟେକସନ ଅଟୋଫୋକସ (ପିଡିଏଏଫ) ରହିଛି । ଆପଣଙ୍କୁ ଉତ୍ତମ ଫଟୋ ପ୍ରଦାନ କରିବା ପାଇଁ ଏହା ଆହୁରି ମଧ୍ୟ ୧୩.୨ ସେମିର (୫.୨) ସମ୍ପୂର୍ଣ୍ଣ ଏଚଡି ଜିସପ୍ଲେ ସହିତ ୧୦୮୦ପି ମନୋରଂଜନ ପ୍ରଦାନ କରିବ । ଏଥିରେ ୧.୪ ଗିଗାହର୍ଜ କ୍ୱାଲାକମ୍‌ ସ୍ନାପଡ୍ରାଗନ ଅକ୍ଟାକୋର ପ୍ରୋସେସର ରହିଛି । ମୋଟୋ ଜି୫-ଏସର ବୈଶିଷ୍ଟ ମଧ୍ୟରେ ଅତ୍ୟାଧୁନିକ ମୋଟୋ ଅନୁଭୂତି ଯେପରିକି ନାଇଟ ଡିସପ୍ଲେ ଏବଂ କ୍ୱିକ୍‌ ରିପ୍ଲାଏ ମଧ୍ୟ ଅନ୍ତର୍ଭୁକ୍ତ ।

ସମ୍ବନ୍ଧିତ ଖବର