ଖୁବଶୀଘ୍ର ବଜାରକୁ ଆସିବାକୁ ଯାଉଛି ନୂଆ ମୋଟୋ ରାଜର

ନୂଆଦିଲ୍ଲୀ: ମୋଟୋରୋଲା ଲଂଚ କରିବ ପ୍ରଥମ ଫୋଲଡିଂ ଡିସପ୍ଲେ ଫୋନ୍ । କମ୍ପାନୀର ଲୋକପ୍ରିୟ ମୋବାଇଲ ଫୋନ୍ ମୋଟୋ ରାଜରକୁ ନୂଆ ଲୁକ୍ ଦେଇ ଫୋଲଡିଂ ଡିସପ୍ଲେ ସହ ବଜାରକୁ ଛାଡିବ କମ୍ପାନୀ । ମୋଟୋ ରାଜର କମ୍ପାନୀର ଏକ ଆଇକୋନିକ୍ ବା ଲୋକପ୍ରିୟ ଫୋନ୍ । ଯାହା ୨୦୦୪ ମସିହାରେ ଲଂଚ ହୋଇଥିଲା ।

Photo-indiatoday

ତେବେ ପୁଣିଥରେ ଏହି ଲୋକପ୍ରିୟ ଫ୍ଲିପ୍ ଫୋନକୁ ନୂଆ ରୂପ ଦେଇ ବଜାରରେ ଛାଡିବ କମ୍ପାନୀ । ଆଉ ଏବେ ଏହାର କିଛି ଫୋଟୋ ସାମ୍ନାକୁ ଆସିଛି । ଚଳିତ ମାସ ୧୩ତାରିଖରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ମୋଟୋ ରାଜର୍ ଲଂଚ ହେବା ନେଇ ଆଲୋଚନା କରାଯାଉଛି ।

କମ୍ପାନୀ ପକ୍ଷରୁ ଏହାର ଟିଜର କିମ୍ବା ଟ୍ରେଲର ଆସିନଥିଲେ ବି ଏହି ଫୋନର କିଛି ଫୋଟୋ ସାମ୍ନାକୁ ଆସିଛି ।ଏହାର ମୂଲ୍ୟ କେତେ ଟଙ୍କା ରହିବ ସେ ନେଇ କମ୍ପାନୀ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ସମ୍ବନ୍ଧିତ ଖବର