ଭାରତରେ ମୋଟୋ ଜେଡ ୨ ଫୋର୍ସ ସ୍ମାର୍ଟଫୋନ, ପଡିଲେ ଭାଙ୍ଗିବନି

ନୂଆଦିଲ୍ଲୀ : ମୋଟୋରୋଲା ପକ୍ଷରୁ ଏହାର ଅତ୍ୟାଧୁନିକ ସ୍ମାର୍ଟଫୋନ ସୀମିତ ସଂସ୍କରଣ ମୋଟୋ ଜେଡ ୨ ଫୋର୍ସର ଶୁଭାରମ୍ଭ କରାଯାଇଛି । ମୋଟୋ ଜେଡ ୨ ଫୋର୍ସ, ସାଟର ଲିମିଟେସନ୍‌ ସହିତ କେବଳ ସ୍କ୍ରିନ ସ୍କ୍ରାଚ ତଥା ନଭାଙ୍ଗିବାର ସ୍କ୍ରିନ ଗ୍ୟାରେଣ୍ଟି ଏବଂ ମୋଟୋ ଟର୍ବୋ ପାୱାର ମୋଡ ଯନ୍ତ୍ର ୬୨୨୦ ଏମଏଏଚ ପାୱାରର ବୃହତ ବ୍ୟାଟେରୀ ସହିତ ଉପଲବ୍ଧ ହେଉଛି । ଏହି ଯାନ୍ତ୍ରିକ ଉପକରଣ ସ୍ଲିମ ମେଟାଲ ଡିଜାଇନ, ଦୁଇଟି ୧୨ ଏମପି କ୍ୟାମେରା, ଅଧିକ ଡାଟା ସ୍ପିଡ ଏବଂ କ୍ୱାଲକମର ଦୃତ ସ୍ନାପଡ୍ରାଗନ ପ୍ରୋସେସର ସହିତ ଉପଲବ୍ଧ । ମୋଟୋ ଜେଡ ୨ ଫୋର୍ସର ସିମୀତ ସଂସ୍କରଣ ଅତ୍ୟାଧୁନିକ ଭାବେ ଫ୍ଲିଫକାର୍ଟ ଏବଂ ଭାରତର ସମସ୍ତ ମୋଟୋ ହବସରେ ଉପଲବ୍ଧ ହେବ ।

୫.୫ଇଞ୍ଚ କ୍ୱାଡ ଏଚଡି ଏଏମଓ ଏଲଇଡି ଡିସପ୍ଲେ ସ୍କ୍ରିନ ନଭାଙ୍ଗିବାର ଏବଂ ସ୍କ୍ରାଚ ନହେବାର ଗ୍ୟାରେଣ୍ଟି ପ୍ରଦାନ କରିଥାଏ । ନୂତନ ମୋଟୋ ଜେଡ ୨ ଫୋର୍ସର ସ୍ଲିମ ଏବଂ ପଲିସଡ ଡିଜାଇନରେ ୭,୦୦୦ସିରିଜ ଆଲୁମିନିୟମର ଶକ୍ତି ରହିଛି ଯାହା ଦୈନନ୍ଦିନ ବ୍ୟବହାର ପାଇଁ ସୁଯୋଗ ପ୍ରଦାନ କରିଥାଏ । ଉପଭୋକ୍ତାମାନେ ନିଜର ଆବଶ୍ୟକସ୍ଥଳେ ଫୋନ ଅଧିକ ମାତ୍ରାରେ ତଥା (୧୫ ୱାଟ ପର୍ଯ୍ୟନ୍ତ ) ଚାର୍ଜ କରିପାରିବେ । ଯଦି ଆପଣଙ୍କ ପାୱାର ଶେଷ ହୋଇଯାଇଛି ତେବେ ମାତ୍ର ୨୦ମିନିଟ୍‌ରେ ଆପଣ ୫୦ ପ୍ରତିଶତ ପର୍ଯ୍ୟନ୍ତ ବ୍ୟାଟେରୀ ଦକ୍ଷତା ପାଇପାରିବେ । ୬ ଜିବି ରାମ୍‌ ଏବଂ ଶକ୍ତିଶାଳୀ କ୍ୱାଲକମ ସ୍ନାପଡ୍ରାଗନ ୮୩୫ ମୋବାଇଲ ପ୍ଲାଟଫର୍ମ ବୈଶିଷ୍ଟ୍ୟ ବିଶିଷ୍ଟ ଏହି ଫୋନ ଅତ୍ୟାଧୁନିକ ପ୍ରଦର୍ଶନ, ଶିଘ୍ର ପ୍ରତିକ୍ରିୟା ଏବଂ ଯେତେ ସମ୍ଭବ ଦୃତ ଡାଟା ସ୍ପିଡ ସହିତ ଗିଗାବାଇଟ ଏଲଟିଇ ଆପଣଙ୍କୁ ଖୁବ କମ୍‌ ସମୟରେ ଅଧିକ ଫାଇଲ ଡାଉନଲୋଡ କରିବାର ସୁଯୋଗ ପ୍ରଦାନ କରିବ । ଦୁଇଟି କ୍ୟାମେରାର ଅର୍ଥ ଦ୍ୱିଗୁଣ ଫୋକସ । ବର୍ତ୍ତମାନ ଆପଣ କଣ ଗୁରୁତ୍ୱପୂର୍ଣ୍ଣ ତାହା ଉପରେ ଦୃଷ୍ଟି ଦିଅନ୍ତୁ ଏବଂ ୧୨ ଏମପିର କ୍ୟାମେରାରେ ପ୍ରଫେସନାଲ ଫଟୋ ଦେଖନ୍ତୁ ଗୋଟିଏ ମନୋକ୍ରୋମ ଏବଂ ଅନ୍ୟଟି କଲର । ଶ୍ରେଷ୍ଠ ଗୁଣବତ୍ତାର ଫଟୋ ପାଇବା ପାଇଁ ଏହି ଦୁଇଟି କ୍ୟାମେରା ମିଳିତ ଦକ୍ଷତା ପ୍ରଦାନ କରିଥାଏ ।

ସମ୍ବନ୍ଧିତ ଖବର