ବଜାରରେ ମୋଟୋ ଜି୭, ମୋଟୋରୋଲା ୱାନ୍‌

ଭୁବନେଶ୍ୱର,: ମୋଟୋ ପକ୍ଷରୁ ଜି୭ ଏବଂ ମୋଟୋରୋଲା ୱାନର ଶୁଭାରମ୍ଭ କରାଯାଇଛି। ଏହାର ମୂଲ୍ୟ ଯଥାକ୍ରମେ ୧୬,୯୯୯ ଏବଂ ୧୩,୯୯୯ ଟଙ୍କା ରହିଛି । ଏହି ଦୁଇଟି ସ୍ମାର୍ଟଫୋନ୍ ଉଭୟ ସ୍ମାର୍ଟଫୋନ୍ ମୋଟୋ ହବ ଷ୍ଟୋର, ବୃହତ ରିଟେଲ ଚେନ୍ ଏବଂ ଦେଶର ବିଭିନ୍ନ ଅଗ୍ରଣୀ ମୋବାଇଲ ଷ୍ଟୋର ସମେତ ଫ୍ଲିପକାର୍ଟରେ ଉପଲବ୍ଧ ହେଉଛି। ଉଭୟ ଫୋନ୍ ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜ୍ ସହିତ କ୍ଲିୟର ହ୍ୱାଇଟ ଏବଂ ସେରାମିକ ବ୍ଲାକ ଭାରିଆଣ୍ଟରେ ଉପଲବ୍ଧ ହେଉଛି। ଏହି ସ୍ମାର୍ଟଫୋନ୍ ଗୁଡ଼ିକର ଶୁଭାରମ୍ଭ ଅଫରରେ ଗ୍ରାହକମାନେ ଜିଓରୁ ୨୨୦୦ଟଙ୍କାର କ୍ୟାସବ୍ୟାକ ପାଇବେ, ଯାହା ୧୨୮ ଟଙ୍କା ଏବଂ ୨୯୯ଟଙ୍କା ପ୍ଲାନରେ ଉପଲବ୍ଧ କରାଯାଇଛି।

ସମ୍ବନ୍ଧିତ ଖବର