ଭାରତରେ ଲଞ୍ଚ ହେଲା ମୋଟରୋଲା ୱାନ ଭିଜନ, ଜାଣନ୍ତୁ କେତେଅଛି ମୂଲ୍ୟ ?

ନୂଆଦିଲ୍ଲୀ: ମୋଟରୋଲା ଭାରତରେ ଏହାର ନୂଆ ଫୋନ ମୋଟରୋଲା ୱାନ ଭିଜନକୁ ଲଞ୍ଚ କରିଛି | ଏହା ପୂର୍ବରୁ ଚୀନରେ ଏହି ଫୋନକୁ ଲଞ୍ଚ କରାଯାଇଥିଲା | ଏହି ସ୍ମାର୍ଟଫୋନର ମୂଲ୍ୟ ୧୯୯୯୯ ଟଙ୍କା ହୋଇଥିବାବେଳେ ୩୭୫୦ ଟଙ୍କାର କ୍ୟାସବ୍ୟାକ ଅଫର ମଧ୍ୟ ମିଳିବ | ଅନଲାଇନ ମଧ୍ୟରେ ଆପଣ କିଣିବାକୁ ବିଚାର କରୁଥିଲେ ଜୁଲାଇ ୪ ତାରିଖ ଯାଏଁ ନୋ କଷ୍ଟ ଇଏମଆଇ ମାଧ୍ୟମରେ କିଣିପାରିବେ | ମୋଟରୋଲା ୱାନ ଭିଜନରେ ୬.୩ ଇଞ୍ଚର ଫୁଲ ଏଚଡ଼ି ଡ଼ିସପ୍ଲେ ଦିଆଯାଇଛି |

ଏହି ସ୍ମାର୍ଟଫୋନରେ ସାମସଙ୍ଗ ଆକ୍ଟକୋର ପ୍ରୋସେସର ଦିଆଯାଇଛି | ଏହି ସ୍ମାର୍ଟଫୋନ ୪ ଜିବି ରାମ ସହ ୧୨୮ ଜିବିର କ୍ଷମତା ଦିଆଯାଇଛି | ଏହି ଫୋନରେ ମେମୋରିକାର୍ଡ ବ୍ୟବହାର ସୁବିଧା ବି ଦିଆଯାଇଛି | ଯେଉଁଥିରେ ଆପଣ ଚାହିଁଲେ ଏହି କ୍ଷମତାକୁ ୧ ଟିବି ଯାଏଁ ବଢାଇପାରିବେ | ମୋଟରୋଲା ୱାନ ଭିଜନର ପଛପଟେ ଫିଙ୍ଗରପ୍ରିଣ୍ଟ ସ୍କାନର ଦିଆଯାଇଥିବାବେଳେ ଏଥିରେ ଡୁଆଲ ହାଇବ୍ରିଡ଼ ସିମ ସୁବିଧା ଦିଆଯାଇଛି |

ବଡ଼କଥା ଫଟୋଗ୍ରାଫି ପାଇଁ ଡୁଆଲ ରିୟର କ୍ୟାମେରା ସୁବିଧା ଦିଆଯାଇଛି | ପ୍ରଥମ କ୍ୟାମେରା ୪୮ ମେଗାପିକ୍ସେଲ ହୋଇଥିବାବେଳେ ଦ୍ଵିତୀୟ କ୍ୟାମେରା ୫ ମେଗାପିକ୍ସେଲ କ୍ଷମତା ରହିଛି | ଏହି ଫୋନରେ ୩୫୦୦ ଏମଏଏଏଚ କ୍ଷମତାର ବ୍ୟାଟେରୀ ଦିଆଯାଇଛି |

ସମ୍ବନ୍ଧିତ ଖବର