ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ସହ ଟିସିଏସ୍‌ର ଏମଓୟୁ

ଭୁବନେଶ୍ବର: ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ଶିଳ୍ପ ପ୍ରତିଷ୍ଠାନ‌ ଗୁଡ଼ିକରେ ନିଯୁକ୍ତିକ୍ଷମ କରିବା ପାଇଁ ଟିସିଏସ ପକ୍ଷରୁ ଏକ ୟୁଜି ପାଠ୍ୟକ୍ରମ (କମ୍ପ୍ୟୁଟର ସାଇନ୍ସ ଆଣ୍ଡ ବିଜ୍‌ନେସ୍ ସିଷ୍ଟମ୍ସ-ସିଏସବିଏସ) ବିକାଶ କରାଯାଇଛି। ଏହି ୪ ବର୍ଷିଆ ପାଠ୍ୟକ୍ରମ ପାଇଁ ଟିସିଏସ ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ସହ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର କରିଛି। ବିଶ୍ବବିଦ୍ୟାଳୟର କୁଳପତି ଡ ଆର ଏସ ବାୱା ଏବଂ ‌ଟିସିଏସର ଗ୍ଲୋବାଲ ଉପସଭାପତି) ରଞ୍ଜନ ବନ୍ଦ୍ୟୋପାଧ୍ୟାୟଙ୍କ ମଧ୍ୟରେ ଏହି ଏମଓୟୁ ସ୍ବାକ୍ଷର ଓ ହସ୍ତାନ୍ତର ହୋଇଛି। ଏହି ଅବସରରେ ଟିସିଏସର ଏ‌କାଡେମିକ ଇଣ୍ଟରଫେସ ପ୍ରୋଗ୍ରାମ ମୁଖ୍ୟ (ଉତ୍ତର ଭାରତ) ରଜିତ ସିକ୍କା, ବିଶ୍ବବିଦ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହିମାନି ସୁଦ୍ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର