ଭୂବନେଶ୍ବର: ସିନେପୋଲିସ ପକ୍ଷରୁ ଭାରତର ପ୍ରଥମ ମୁଭି ମାରାଥନ୍ ବିଷୟରେ ଘୋଷଣା କରାଯାଇଛି। ଏଥିରେ ଏହା ମାର୍ଭେଲ୍ର ସିନେମାଗୁଡ଼ିକୁ ପ୍ରଦର୍ଶିତ କରିବ। ଆଭେଞ୍ଚର୍ସ:ଏଣ୍ଡ୍ଗେମ୍କୁ ନଜରେ ରଖି ଏହି ମାରାଥନ୍ ଆୟୋଜନ କରାଯାଉଛି। ଏଥିରେ ୨୦୦୮ରୁ ଆଇରନ୍ ମ୍ୟାନ୍ ସହ ଆରମ୍ଭ ହୋଇଥିବା ମାର୍ଭେଲ୍ର ବିଭିନ୍ନ ପ୍ରକାର ସିନେମା ପ୍ରଦର୍ଶନ କରାଯିବ। ଏପ୍ରିଲ୍ ୨୫ରୁ ମାରାଥନ୍ ଆରମ୍ଭ ହେବ ଏବଂ ଏଥିପାଇଁ ୯ଟି ସିନେମା ଚୟନ କରାଯାଇଛି। ପ୍ରଥମ ୧୦୦ ସିନେପ୍ରେମୀଙ୍କୁ ସ୍ବତନ୍ତ୍ର ଡିଜ୍ନି ଉତ୍ପାଦ ଏବଂ ସାର୍ଟିଫିକେଟ୍ ପ୍ରଦାନ କରାଯିବ ବୋଲି ସିନେପୋଲିସର ନିର୍ଦେଶକ ଦେବାଙ୍ଗ ସମ୍ପତ କହିଛନ୍ତି। ମାର୍ଭେଲ ମୁଭି ମାରାଥନ୍ ପ୍ୟାକେଜ୍ର ମୂଲ୍ୟ ୧୫୦୦ ଟଙ୍କା ରହିଛି।
ସିନେପୋଲିସ୍ରେ ମୁଭି ମାରାଥନ୍
/sambad/media/post_attachments/wp-content/uploads/2019/04/cinepolis.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)