ଅର୍ଥନୀତି ଉପରେ କରୋନା ପ୍ରଭାବ : ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱ ଅର୍ଥନୀତି ପ୍ରତି ବଡ଼ ବିପଦ ମାଡ଼ିଆସୁଛି । ବିଶ୍ୱ ସବୁ ଶିଳ୍ପ ଗୁରୁତରଭାବେ ପ୍ରଭାବିତ ହେବା ଆରମ୍ଭ କରିଛନ୍ତି । ଭାରତୀୟ ଅର୍ଥନୀତି ମଧ୍ୟ ପ୍ରଭାବିତ ହେଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି । ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି ରିଜର୍ଭ ବ୍ୟାଙ୍କ ।

ଆଜି ଆୟୋଜିତ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ କରୋନା ଭାଇରସର ପ୍ରଭାବରୁ ଭାରତୀୟ ଅର୍ଥନୀତି ଅଛୁଆଁ ରହିବା ସମ୍ଭବ ନୁହେଁ । ଏଣୁ ସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ଜରୁରୀ ପଦକ୍ଷେପ ନିଆଯିବ । ତେବେ ସୁଧହାର ସଂପର୍କିତ ନିଷ୍ପତ୍ତି ରିଜର୍ଭ ବ୍ୟାଙ୍କର ମୁଦ୍ରାନୈତିକ କମିଟି (ଏମପିସି) ନେବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ଏମପିସି ବୈଠକ ଆସନ୍ତା ୩୧ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ଚାଲିବ । କରୋନା ଭାଇରସ ପରିସ୍ଥିତିର ପ୍ରଭାବରୁ ଭାରତୀୟ ଅର୍ଥନୀତିକୁ ମୁକ୍ତ କରିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ସୁଧହାର ହ୍ରାସ କରିବ ବୋଲି ଆଶା କରାଯାଉଥିଲା ।

କରୋନା ଭାଇରସ ଏବେ ବିଶ୍ୱର ୧୩୫ଟି ଦେଶରେ ପହଞ୍ଚିଥିବାବେଳେ ପ୍ରାୟ ୧ ଲକ୍ଷ ୫୩ ହଜାର ଲୋକ ସଂକ୍ରମିତ ହୋଇଛନ୍ତି ଓ ୫୭୦୦ ଜଣ ମୃତ୍ୟୁବରଣ କରିଛନ୍ତି । ଭାରତରେ ଏପର୍ଯ୍ୟନ୍ତ ୧୧୪ ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର