ନୂଆଦିଲ୍ଲୀ: ଟାୟାର ନିର୍ମାତା ଏମ୍‌ଆର୍‌ଏଫ୍‌ର ସେୟାର ଭାରତରେ ସବୁଠୁ ମହଙ୍ଗା ସେୟାରର ମାନ୍ୟତାହାସଲ କରିଛି। ଏହାର ଗୋଟିଏ ସେୟାରର ଦାମ୍ ୧,୩୮,୧୦୦ ଟଙ୍କା ରହିଛି। କିଛି ଦିନ ପୂର୍ବେ କମ୍ପାନି ଏହି ମାନ୍ୟତାକୁ ଏଲ୍‌ସିଡ୍‌ ଇନଭେଷ୍ଟମେଣ୍ଟ୍‌ସକୁ ହରାଇଥିଲା। ଆଜି ସେହି ମାନ୍ୟତାକୁ ପୁନର୍ବାର ହାସଲ କରିଛି।

Advertisment

ଏଲ୍‌ସିଡ୍‌ ଇନଭେଷ୍ଟମେଣ୍ଟ୍‌ସର ସେୟାର ମୂଲ୍ୟ ୧,୨୯,୩୦୦ ଟଙ୍କା ରହିଛି। ୨୦୨୪ ନଭେମ୍ବରରେ ଏହି କମ୍ପାନିର ସେୟାର ମୂଲ୍ୟ ୩,୩୨,୩୯୯ ଟଙ୍କା ଭଳି ଉଚ୍ଚ ସ୍ତରରେ ପହଞ୍ଚିଛି। ମାତ୍ର ତା’ପରଠାରୁ ସେଥିରେ ୬୦ ପ୍ରତିଶତ ହ୍ରାସ ଘଟିଲାଣି। ଗତ ମାର୍ଚ୍ଚରେ ଏମ୍‌ଆର୍‌ଏଫ୍‌ ସେୟାର ମୂଲ୍ୟ ମଧ୍ୟ ୧,୦୨,୧୨୪ ଟଙ୍କାକୁ ହ୍ରାସ ପାଇଥିଲ।୨୦୨୪ ଅକ୍ଟୋବରରେ ହଠାତ୍‌ ଏଲ୍‌ସିଡ୍‌ ଇନଭେଷ୍ଟମେଣ୍ଟ୍‌ସର ସେୟାର ମୂଲ୍ୟକୁ ନେଇ ଚର୍ଚ୍ଚା ହୋଇଥିଲା।