ରୁଫ୍‌ ଟପ୍ ସୋଲାର ପାଇଁ ଏମ୍ଏସ୍‌ଏମ୍ଇଙ୍କୁ ଋଣ ମିଳିବ

ଖଣ୍ଡଗିରି : ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ)ଗୁଡ଼ିକ ଯେଭଳି ସ୍ବଚ୍ଛ ଶକ୍ତି ଆପଣେଇପାରିବେ ସେଥିପାଇଁ ଏକ ସ୍ବତନ୍ତ୍ର ରୁଫ୍ ଟପ୍ ସୋଲାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସ୍ମାର୍ଟ ଇଣ୍ଡିଆ ପାୱାର ଆରମ୍ଭ କରିଥିବ‌ା ଏହି କାର୍ଯ୍ୟକ୍ରମରେ ଶିଳ୍ପ ସଂସ୍ଥାଗୁଡ଼ିକୁ ଅନ୍ନପୂର୍ଣ୍ଣ ଫାଇନାନ୍ସ ଋଣ ଯୋଗାଇଦେବ। ସ୍ମାର୍ଟ ପାୱାର ଇଣ୍ଡିଆର ପ୍ରୋଗ୍ରାମ୍ ମୁଖ୍ୟ ସମିତ ମିତ୍ର ଏହି ସୂଚନା ଦେଇଛନ୍ତି।

ଏକ ହିସାବରୁ ଜଣାପଡ଼ିଛି ଯେ ରୁଫ୍‌ ଟପ୍ ସୋଲାର ପାଇଁ ଏମ୍ଏସ୍‌ଏମ୍‌ଇ ପିଛା ୫-୬ ଲକ୍ଷ ଟଙ୍କାର ଋଣ ଦରକାର। ଏହି ଟଙ୍କାରେ ୫-୬ ମେଗାୱାଟ୍‌ ସୌର ଶକ୍ତିର ବ୍ୟବସ୍ଥା କରାଯାଇପାରିବ। ଓଡ଼ିଶାରେ ଏମ୍ଏସ୍‌ଏମ୍ଇଗୁଡ଼ିକ ଅନ୍ନପୂର୍ଣ୍ଣାର ୧୨ଟି ଜିଲ୍ଲାରେ ଥିବା ୩୦ଟି ଶାଖାରୁ ଏଥିପାଇଁ ଋଣ ନେଇପାରିବେ। ୧୦-୧୨% ସୁଧ ହାରରେ ୭ ବର୍ଷ ଅବଧି ଲାଗି ଏହି ଋଣ ଦିଆଯିବ। ଗ୍ରାହକମାନେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଆଜି ଏନେଇ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଅନ୍ନପୂର୍ଣ୍ଣା ଫାଇନାନ୍‌ସର ପରିଚାଳନା ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ, ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପଟ୍ଟନାୟକ, ମୁଖ୍ୟ ବିତ୍ତ ଅଧିକାରୀ ସତ୍ୟଜିତ ଦାସ, ସିଓଓ ସଞ୍ଜୟ ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର