ମୁଦ୍ରା ଶିଶୁ ଋଣ‌ରେ ୨% ସୁଧ ରିହାତି

ନୂଆଦିଲ୍ଲୀ : ଆଜିର କ୍ୟାବିନେଟ୍ ବୈଠକରେ ଆ‌ହୁରି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଋଣ ଯୋଜନାରେ ଦିଆଯାଉଥିବା ଶିଶୁ ଋଣ ଉପରେ ୨ ପ୍ରତିଶତ ସୁଧ ରିହାତି ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ମାର୍ଚ୍ଚରୁ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ୧୨ ମାସ ପାଇଁ ଏହି ସୁବିଧା ମିଳିବ। ଯେଉଁ ଗ୍ରାହକମାନଙ୍କ ଆୟ ୫୦ ହଜାର ଟଙ୍କାରୁ କମ୍ ସେମାନଙ୍କୁ ଶିଶୁ ଋଣ ଦିଆଯାଏ। ଦେଶରେ ୯.୩୭ କୋଟି ଗ୍ରାହକଙ୍କୁ ଦିଆଯାଇଥିବା ୧.୬୨ ଲକ୍ଷ କୋଟି ଟଙ୍କାର ଶିଶୁ ଋଣ ପରିଶୋଧ ହୋଇନାହିଁ। ଯେଉଁ ଗ୍ରାହକମାନେ ନିୟମିତ ଋଣ ପରିଶୋଧ କରୁଛନ୍ତି ସେମାନଙ୍କୁ ଏହି ସୁବିଧା ମିଳିବ। ଯେଉଁ ମାସଗୁଡ଼ିକ ପର୍ଯ୍ୟନ୍ତ ଖାତା ଏନ୍‌ପିଏ ବର୍ଗରେ ସାମିଲ ହୋଇନାହିଁ କେବଳ ସେହି ମାସଗୁଡ଼ିକ ପାଇଁ ସୁଧ ରିହାତି ମିଳିବ। ସିଡ୍‌ବି ଜରିଆରେ ଏହି ସ୍କିମ୍ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯେଉଁ ଗ୍ରାହକମାନେ ମୋରାଟୋରିଅମ୍ ବିକଳ୍ପ ଚୟନ କରିଛନ୍ତି ସେମାନଙ୍କ ମୋରାଟୋରିଅମ୍ ଅବଧି ଶେଷ ହେବା ପରେ ତାଙ୍କୁ ଏହି ସୁଧ ଛାଡ଼ ସ୍କିମ୍‌ର ଲାଭ ମିଳିବ। କେବଳ ଏହି ବର୍ଗର ଗ୍ରାହକଙ୍କ ପାଇଁ ସୁଧ ଛାଡ଼ ସ୍କିମ୍ ଆସନ୍ତା ବର୍ଷ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ। ଅନ୍ୟ ସାଧାରଣ ଗ୍ରାହକଙ୍କ ପାଇଁ ତାହା ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର