ଭୁବନେଶ୍ବର: ଭାରତର ସର୍ବବୃହତ ଡେନିମ୍ ବ୍ରାଣ୍ଡ୍ ‘ମୁଫ୍ତି’ର ନୂଆ ଶରତ ଶୀତ ପୋଷାକ ସମ୍ଭାରକୁ ବଲିଉଡ୍ ତାରକା କାର୍ତ୍ତିକ ଆର୍ଯ୍ୟନ ରୢାମ୍ପ୍ ସୋ’ରେ ପ୍ରଦର୍ଶନ କରିଛନ୍ତି। କାର୍ତ୍ତିକ ହେଉଛନ୍ତି କଂପାନିର ବ୍ରାଣ୍ଡ୍ ଆମ୍ବାସାଡର। ସେ ଏକ ଧଳା ରଙ୍ଗର ଜିନ୍ସ ଓ ନୀଳ ରଙ୍ଗର ଜ୍ୟାକେଟ୍ ପରିଧାନ କରି ରୢାମ୍ପ୍ ସୋ’ରେ ଚାଲିଥିେଲ। ଅନ୍ୟ ମଡେଲ୍ମାନେ ମୁଫ୍ତିର ଆକର୍ଷଣୀୟ ପୋଷାକ ବର୍ଗମାଳାକୁ ପ୍ରଦର୍ଶନ କରିଥିଲେ। ଏହି ପୋଷାକଗୁଡ଼ିକ ହେଉଛି ଫେସନ୍, ଷ୍ଟାଇଲ୍ ଓ ଗ୍ଲାମର୍ର ସମ୍ମିଶ୍ରଣ। କଂପାନିର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦେଶକ କମଳ ଖୁସଲାନି କହିଛନ୍ତି ଯେ, ୨୦ ବର୍ଷ ପୂର୍ତ୍ତିକୁ ପାଳନ କରୁଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ଆମର ପୋଷାକ ସମ୍ଭାରକୁ ଜବରଦସ୍ତ ସମର୍ଥନ ମିଳୁଥିବାରୁ ଆମେ ବହୁତ ଖୁସି ବୋଲି ସେ କହିଛନ୍ତି। ମୁଫ୍ତି ସହିତ ସହବନ୍ଧିତ ହୋଇଥିବାରୁ ମୁଁ ବହୁତ ଖୁସି ବୋଲି କାର୍ତ୍ତିକ କହିଛନ୍ତି।
‘ମୁଫ୍ତି’ର ନୂଆ ପୋଷାକ ସମ୍ଭାର
/sambad/media/post_attachments/wp-content/uploads/2018/10/FASHION.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)