ନୂଆଦିଲ୍ଲୀ: କରୋନା ପାଇଁ ବିଶ୍ବ ପୁଞ୍ଜି ବଜାରରେ ଏବେ ଉତ୍ଥାନ ପତନ ଲାଗି ରହିଛି। ଷ୍ଟକ୍ ବଜାରରେ ଅସ୍ଥିରତା ଯୋଗୁଁ କମ୍ପାନି ଗୁଡ଼ିକର ସେୟାର ମୂଲ୍ୟ ପ୍ରଭାବିତ ହୋଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ଏବଂ ଷ୍ଟକ ବଜାରରେ ଅସ୍ଥିରତା କାରଣରୁ ଭାରତର ଶୀର୍ଷ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ କମ୍ପାନିର ବିପୁଳ କ୍ଷତି ହୋଇଛି। ମୁକେଶଙ୍କ ସମ୍ପତ୍ତିରେ ୩୨ ପ୍ରତିଶତ ହ୍ରାସ ଘଟିଛି। ଶୁକ୍ରବାର ସୁଦ୍ଧା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ନିଟ୍ ସମ୍ପତ୍ତି ୨.୯୫ ଲକ୍ଷ କୋଟି ରହିଛି। ବର୍ତ୍ତମାନ ସୁଦ୍ଧା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୂଲ୍ୟ ୧.୩୭ ଲକ୍ଷ କୋଟି ଟଙ୍କା କମ୍ ହୋଇଛି। ଏହି କ୍ଷତି ଯୋଗୁ ବିଶ୍ବରେ ସବୁଠୁ ଅଧିକ କ୍ଷତି ସହିଥିବା ଧନୀ ବ୍ୟକ୍ତିଙ୍କ ମଧ୍ୟରେ ମୁକେଶ ପଞ୍ଚମ ସ୍ଥାନରେ ରହିଛନ୍ତି। ସର୍ବାଧିକ କ୍ଷତି ସହିଥିବା ଉଦ୍ୟୋଗୀଙ୍କ ମଧ୍ୟରେ ଫ୍ରାନ୍ସର ବର୍ନାର୍ଡ ଆରନଲ୍ଟ ରହିଛନ୍ତି। ତାଙ୍କର ନିଟ୍ ସମ୍ପତ୍ତି ୨.୭୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ଆରନଲ୍ଟଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ସ୍ପେନର ଉଦ୍ୟୋଗୀ ଅମାନିକୋ ଓର୍ଟିଗା ରହିଛନ୍ତି। ତାଙ୍କର ନିଟ୍ ସମ୍ପତ୍ତି ୧.୭୨ ଲକ୍ଷ କୋଟି ଟଙ୍କା କମିଛି। ତାଙ୍କ ପଛକୁ ଆମେରିକାର ପ୍ରସିଦ୍ଧ ନିବେଶକ ୱାରେନ୍ ବଫେଟ୍ ରହିଛନ୍ତି। ତାଙ୍କର ନିଟ୍ ସମ୍ପତ୍ତି ୧.୪୧ ବିଲିଅନ ଡଲାର କମିଛି। ସେହିଭଳି ଚତୁର୍ଥ ସ୍ଥାନରେ ଫେସ୍ବୁକ୍ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ରହିଛନ୍ତି। ଜୁକରବର୍ଗଙ୍କ ନିଟ୍ ସମ୍ପତ୍ତି ୧.୩୯ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଥିବା ଜଣାଯାଇଛି।
କରୋନା ପାଇଁ ମୁକେଶଙ୍କ କ୍ଷତି ବିଶ୍ବରେ ପଞ୍ଚମ ସର୍ବାଧିକ
/sambad/media/post_attachments/wp-content/uploads/2020/02/Mukesh_Ambani.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)