ବିବାହ ପରେ ଆକାଶ-ଶ୍ଲୋକାଙ୍କୁ ଆଶୀର୍ବାଦ ଦେବାକୁ ଆସିବେ ୭୦୦୦ସଶସ୍ତ୍ର ବଳର କର୍ମଚାରୀ ଏବଂ ତାଙ୍କ ପରିବାର, ଏଭଳି ରହିଛି ବ୍ୟବସ୍ଥା

ମୁମ୍ବାଇ : ଗତକାଲି ବିବାହ ବନ୍ଧନାର ଆବଦ୍ଧ ହୋଇଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପୁଅ ଆକାଶ ଅମ୍ବାନୀ । ନିଜ ପ୍ରେମିକା ଶ୍ଲୋକା ମେହେତାଙ୍କୁ ସେ ମୁମ୍ବାଇର ଜିଓ ଓ୍ଵାର୍ଲଡ୍‌ ସେଣ୍ଟରରେ ବିବାହ କରିଥିଲେ । ବିବାହରେ ଦେଶ-ବିଦେଶରୁ ଅନେକ ବ୍ୟକ୍ତି ଆସି ଯୋଗ ଦେଇଥିବା ଦେଖା ଯାଇଥିଲା । ତେବେ ବିବାହ ପରେ ଅମ୍ବାନୀ ପରିବାର ତରଫରୁ ଆଉ ଏକ ବଡ଼ କାର୍ଯ୍ୟକ୍ରମର ଯୋଜନା କରାଯାଉଥିବା ଜଣା ପଡ଼ିଛି । ମାର୍ଚ୍ଚ ୧୨ ତାରିଖ ବୁଧବାର ଦିନ ଭାରତର ସଶସ୍ତ୍ର ବଳ, ପୁଲିସକର୍ମୀ ଏବଂ ସେମାନଙ୍କ ପରିବାର ଲୋକଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ମ୍ୟୁଜିକାଲ ଫାଉଣ୍ଟେନ୍‌ ସୋ’ର ଆୟୋଜନ କରାଯାଇଛି ।

NDTV.com

ପ୍ରାୟ ୭୦୦୦ସଦସ୍ୟଙ୍କ ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ ରଖା ଯାଇଥିବା ବେଳେ ସେମାନଙ୍କୁ ସମ୍ମାନିତ କରିବା ଏବଂ ନବବିବାହିତ ଆକାଶ-ଶ୍ଲୋକାଙ୍କୁ ଆଶୀର୍ବାଦ ଦେବା ଉଦ୍ଦେଶ୍ୟରେ ଅମ୍ବାନୀ ପରିବାର ଏପରି କାର୍ଯ୍ୟକ୍ରମର ଆୟୋଜନ କରୁଥିବା ଜଣା ପଡ଼ିଛି । ବିବାହ ପୂର୍ବରୁ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ ସହରର ୨୦୦୦ଅବହେଳିତ ଶିଶୁମାନଙ୍କ ପାଇଁ ଅନ୍ନ ସେବାର ଆୟୋଜନ କରିଥିଲେ ।

ସମ୍ବନ୍ଧିତ ଖବର