ଜିଓକୁ ନେଇ ଏହି ସବୁ ନୂଆ ଘୋଷଣା କଲେ ମୁକେଶ ଅମ୍ବାନୀ
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ପକ୍ଷରୁ ଆୟୋଜିତ ୪୨ ତମ ବାର୍ଷିକ ବୈଠକରେ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କିଛି ନୂଆ ଘୋଷଣା କରିଛନ୍ତି | ବହୁ ପ୍ରତିକ୍ଷିତ ଜିଓ ଫାଇବର ସେବା ବାବଦରେ ଆଜି ମୁକେଶ ଘୋଷଣା କରିବା ସହ ଜିଓ ସେଟଟପ ବକ୍ସ ବାବଦରେ ମଧ୍ୟ ଘୋଷଣା କରିଛନ୍ତି | ମୁକେଶ କହିଛନ୍ତି ଯେ ଆସନ୍ତା ସେପ୍ଟେମ୍ବର ୫ରୁ ବାଣିଜ୍ୟିକ ଜିଓ ଫାଇବର ସେବା ଆରମ୍ଭ ହେବ | ୨ କୋଟି ଘରକୁ ଜିଓ ଫାଇବର ସେବା ଯୋଗାଣ ଲକ୍ଷ୍ୟ ଥିବାବେଳେ ୧୬୦୦ ସହରର ଦେଢ଼କୋଟି ବ୍ୟାବସାୟିକ ସଂସ୍ଥାକୁ ସେବା ଯୋଗାଣ ଲକ୍ଷ୍ୟ ରଖାଯାଇଛି | ଜିଓ ଗିଗା ଫାଇବର ସେବାରେ ୩ଟି ପ୍ଲାନ୍ ଓ ୩ଟି ମୁଖ୍ୟ ସୁବିଧା ରହିବ | ମାଗଣା ଇନ୍ଷ୍ଟଲେସନ ସହ ଜିଓ ସେଟ୍ଟପ୍ ବକ୍ସରେ ଭିଡିଓ କଲିଂ ସୁବିଧା ମିଳିବ |
Sambad is now on WhatsApp
Join and get latest news updates delivered to you via WhatsApp
ଜିଓ ଗିଗା ଫାଇବରର ତିନିଟି ପ୍ଲାନ
ମାସିକ ୫୦୦ ଟଙ୍କାରେ ମିଳିବ ୧୦୦ ଏମବିପିଏସ ସ୍ପିଡ୍ର ଇଣ୍ଟରନେଟ୍
ମାସିକ ୬୦୦ ଟଙ୍କାରେ ମିଳିବ ବ୍ରଡ୍ବ୍ୟାଣ୍ଡ, ଡିଟିଏଚ ଓ ଟିଭି ସେବା
ମାସିକ ୧୦୦୦ ଟଙ୍କାରେ ମିଳିବ ବ୍ରଡ୍ବ୍ୟାଣ୍ଡ, ଡିଟିଏଚ, ଟିଭି ଓ ଲ୍ୟାଣ୍ଡଲାଇନ୍ ସେବା
ଏହି ଅବସରରେ ମୁକେଶ କହିଛନ୍ତି ଯେ ଲୋକଙ୍କ ବିଶ୍ୱାସ ଯୋଗୁଁ ଜିଓର ଗ୍ରାହକଙ୍କ ସଂଖ୍ୟା ୩୪ କୋଟିରେ ପହଞ୍ଚିଛି | ସେହିପରି ସାଉଦି ଆରବର ସର୍ବବୃହତ ତୈଳ କମ୍ପାନି ଆରାମ୍କୋ କମ୍ପାନି ସହ ରିଲାଏନ୍ସର ସହଭାଗିତା ଫଳରେ ରିଲାଏନ୍ସକୁ ଦୈନିକ ୫ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଯୋଗାଇବ ଆରାମ୍କୋ | ତୈଳରୁ ରାସାୟନିକ ବିଭାଗରେ ୨୦% ଅଂଶଧନ ବିକିବ ରିଲାଏନ୍ସ | ଏହି ଅବସରରେ ମୁକେଶ କହିଛନ୍ତି ଯେ ରିଲାଏନ୍ସ ଦେଶରେ ସବୁଠୁ ଅଧିକ ଲାଭ କରୁଥିବା କମ୍ପାନି ସହ ସର୍ବାଧିକ ଜିଏସଟି ମଧ୍ୟ ଦେଉଛି | ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି ଯେ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖର ବିକାଶରେ ଭାଗୀଦାର ହେବ ରିଲାଏନ୍ସ | ଜାମ୍ମୁକାଶ୍ମୀର ଓ ଲଦାଖରେ ବିକାଶ ପାଇଁ ରିଲାଏନ୍ସ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଢ଼ିବ ବୋଲି ମୁକେଶ କହିଛନ୍ତି |