ପୁଣି ଏସିଆର ୧ନଂ ଧନୀ ହେଲେ ମୁକେଶ ଅମ୍ବାନି, ଚୀନ ଶିଳ୍ପପତିଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନି ପୁଣି ଥରେ ଏସିଆର ୧ ନମ୍ବର ଧନୀ ମାନ୍ୟତା ପାଇଛନ୍ତି ।  ଫୋର୍ବସ ବିଶ୍ୱ ଧନୀ ତାଲିକାରେ ସେ ୧୦ମ ସ୍ଥାନରେ ରହିଛନ୍ତି । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୮୧.୩ ବିଲିୟନ ( ୧ବିଲିୟନ= ୧୦୦ କୋଟି) ଡଲାର ରହିଛି । ଗତକାଲି ଏସିଆର ୧ ନମ୍ବର ଧନୀ ଥିବା ଚୀନର ଝୋଙ୍ଗ ସାନସାନ ଆଜି ବିଶ୍ବ ଧନୀ ତାଲିକାର ୧୩ ତମ ସ୍ଥାନକୁ ଖସିଆସିଛନ୍ତି । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୭୭ ବିଲିୟନ ଡଲାରକୁ ଖସିଆସିଛି ।

ଫୋର୍ବସ ବିଶ୍ୱ ଧନୀ ତାଲିକାରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ ନିଜର ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୭୯.୬ ବିଲିୟନ ଡଲାର ରହିଛି । ୨ୟ ସ୍ଥାନରେ ଅଛନ୍ତି ଏଲନ ମସ୍କ । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୬୨.୮ ବିଲିୟନ ଡଲାର ରହିଛି । ୩ୟ ସ୍ଥାନରେ ଅଛନ୍ତି ବର୍ନାର୍ଡ ଆର୍ନଲ୍ଟ ଓ ପରିବାର । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୫୫.୫ ବିଲିୟନ ଡଲାର ରହିଛି । ୪ର୍ଥ ରେ ଅଛନ୍ତି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସ । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୨୩.୨ ବିଲିୟନ ଡଲାର ରହିଛି ।

କିନ୍ତୁ ବ୍ଲୁମ୍ବର୍ଗ ବିଲିୟନେର ଇଣ୍ଡେକ୍ସ ଅନୁସାରେ ଝୋଙ୍ଗ ସାନସାନ ଏବେ ବି ଏସିଆର ୧ ନମ୍ବର ଧନୀ ଅଛନ୍ତି । ସେ ବିଶ୍ବ ଧନୀ ତାଲିକାର ୯ ନମ୍ବର ସ୍ଥାନରେ ଓ ମୁକେଶ ଅମ୍ବାନି ୧୦ ନମ୍ବର ସ୍ଥାନରେ ଅଛନ୍ତି ।

ସମ୍ବନ୍ଧିତ ଖବର