ମୁକେଶ ଅମ୍ବାନୀ କିଣିଲେ ବ୍ରିଟେନର ଏହି ବିଳାସମୟ ହୋଟେଲ, ଯେଉଁଠାରେ ହୋଇଥିଲା ‘ଜେମ୍ସ ବଣ୍ଡ’ ଫିଲ୍ମର ସୁଟିଂ

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବ୍ରିଟେନର ପ୍ରତିଷ୍ଠିତ ହୋଟେଲ କଣ୍ଟ୍ରି କ୍ଲବ୍ ଏବଂ ବିଳାସପୂର୍ଣ୍ଣ ଗଲ୍ଫ ରିସର୍ଟ ଷ୍ଟୋକ୍ ପାର୍କକୁ କିଣିବାକୁ ଘୋଷଣା କରିଛି। କମ୍ପାନୀ ପକ୍ଷରୁ ଏହି ସୂଚନା ଷ୍ଟକ୍ ମାର୍କେଟକୁ ଦିଆଯାଇଛି | କମ୍ପାନୀ କଣ୍ଟ୍ରି କ୍ଲବ୍ ଏବଂ ରିସୋର୍ଟକୁ ପ୍ରାୟ ୫୯୨ କୋଟି ଟଙ୍କାରେ କିଣିଛି। ଆଉ ଏହାକୁ ମିଶାଇଲେ ରିଲାଏନ୍ସ ଗତ ଚାରି ବର୍ଷ ମଧ୍ୟରେ ମୋଟ ୩.୩ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତି ଅଧିଗ୍ରହଣ ଘୋଷଣା କରିଛି।

ଗତ ଚାରି ବର୍ଷ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧିଗ୍ରହଣ କରିବାକୁ ଘୋଷଣା କରିଥିବା କମ୍ପାନୀଗୁଡିକ ମଧ୍ୟରେ ଖୁଚୁରା କ୍ଷେତ୍ର ବା ରିଟେଲ ସେକ୍ଟରରେ ୧୪ ପ୍ରତିଶତ, ଟେକ୍ନୋଲୋଜି, ମିଡିଆ ଏବଂ ଟେଲିକମ୍ କ୍ଷେତ୍ରରେ ୮୦ ପ୍ରତିଶତ ଏବଂ ଶକ୍ତି କ୍ଷେତ୍ରରେ ୬ ପ୍ରତିଶତ ରହିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (ଆରଏଲ) ଗୁରୁବାର ଦିନ ଷ୍ଟକ୍ ଏକ୍ସଚେଞ୍ଜକୁ କହିଛି ଯେ ବ୍ରିଟେନର ଏହି ହୋଟେଲ ଏବଂ ଗଲ୍ଫ କୋର୍ସ ମାଲିକାନାରେ ଥିବା କମ୍ପାନୀକୁ ଅଧିଗ୍ରହଣ କରି ରିଲାଏନ୍ସ ଏହାର ହସ୍ପିଟାଲିଟି ସେକ୍ଟରରେ ପୁଞ୍ଜିନିବେଶ କରିଛି |

ସୂଚନା ଥାଉ କି ହୋଟେଲ ଷ୍ଟୋକ୍ ପାର୍କରେ ଜେମ୍ସ ବଣ୍ଡର ଦୁଇଟି ସିରିଜ ସୁଟିଂ ହୋଇଥିଲା | ୧୯୬୪ ମସିହାରେ ପରଦାକୁ ଆସିଥିବା ଗୋଲଡଫିଙ୍ଗର ଓ ୧୯୯୭ ମସିହାରେ ପରଦାକୁ ଆସିଥିବା ଟୁମୋରୋ ନେଭର ଡାଏଜ ଏଠାରେ ସୁଟିଂ ହୋଇଥିଲା | ଏହି ହୋଟେଲକୁ କିଣିବା ପୂର୍ବରୁ ମୁକେଶ ଅମ୍ବାନୀ ବ୍ରିଟେନର ଜଣାଶୁଣା ଖେଳନା ନିର୍ମାଣକାରୀ କମ୍ପାନୀ ହେମଲେଜକୁ ମଧ୍ୟ କିଣିଥିଲେ |

ସମ୍ବନ୍ଧିତ ଖବର