ମୁମ୍ବାଇ: ଭାରତର ସବୁଠୁ ଶସ୍ତା ଫୋନ୍ (୯୯୯ ଟଙ୍କିଆ ଜିଓ ଭାରତ ଫୋନ୍) ମୁକେଶ ଅମ୍ବାନୀଙ୍କୁ ଆଗାମୀ ବର୍ଷଗୁଡ଼ିକରେ ୧୦ ହଜାର କୋଟି ଟଙ୍କାର ବ୍ୟବସାୟ ଦେବ ବୋଲି ବିଶ୍ଳେଷଣକାରୀମାନେ ପୂର୍ବାନୁମାନ କରିଛନ୍ତି।
ଗଣମାଧ୍ୟମ ‘ଡିଏନ୍ଏ’ ରିପୋର୍ଟ ଅନୁସାରେ ସମ୍ପ୍ରତି ମୁକେଶ ଅମ୍ବାନୀଙ୍କ କମ୍ପାନି ‘ରିଲାଏନ୍ସ୍ ଜିଓ ଇମ୍ଫୋକମ୍ ଲିମିଟେଡ୍’ ୧୦ ଲକ୍ଷ ‘ଜିଓଭାରତ ଭି୨’ ଫୋନ୍ ଲଞ୍ଚ୍ କରି ତା’ର ପ୍ରସାର ପ୍ରଚାରରେ ୯୯ କୋଟି ଟଙ୍କା ବ୍ୟୟ କରିଛି। ୯୯୯ ଟଙ୍କା ମୂଲ୍ୟର ଏହି ‘ଜିଓଭାରତ ଭି୨’ ଫୋନ୍ ହେଉଛି ଇଣ୍ଟର୍ନେଟ୍ ଚଳାଇ ପାରୁଥିବା ଭାରତର ସବୁଠୁ ଶସ୍ତା ଫୋନ୍।
Image Courtesy of Zee Businessପ୍ରାରମ୍ଭିକ ସଫଳତା ପରୀକ୍ଷଣ କରିବା ପରେ ମୁକେଶ ଅମ୍ବାନୀ ‘ଜିଓଭାରତ ଭି୨’ ପ୍ରସାରଣ ବ୍ୟବସ୍ଥା ବୃଦ୍ଧି ପାଇଁ ଉଦ୍ୟମ ଚଳାଇଛନ୍ତି। ବ୍ୟବସାୟ ବିଶ୍ଳେଷଣକାରୀଙ୍କର ମନେହୁଏ, ଆଗାମୀ ବର୍ଷଗୁଡ଼ିକରେ ଅମ୍ବାନୀ ୯୯୯ ଟଙ୍କିଆ ‘ଜିଓଭାରତ ଭି୨’ ଫୋନ୍ରୁ ୧୦ ହଜାର କୋଟି ଟଙ୍କାର ବ୍ୟବସାୟ ପାଇ ପାରିବେ।
ସଦ୍ୟତମ ଗବେଷଣା ‘ନୋଟ୍’ରେ ‘ବିଓଏଫ୍ଏ ସିକ୍ୟୁରିଟିଜ୍’ ସୂଚନା ଦେଇଛି ଯେ, ଜିଓ ଭାରତ ଫୋନ୍ର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ବଳ ଥିବାରୁ ‘ଏୟାର୍ଟେଲ୍’ ଓ ‘ଭୋଡାଫୋନ୍ ଆଇଡିଆ’ ପ୍ରତି ବିପଦର କାରଣ ହୋଇପାରେ। ଆଗାମୀ ୨/୩ ବର୍ଷରେ ‘ଜିଓଭାରତ ଭି୨’ ୧୦୦ ନିୟୁତ ଗ୍ରାହକ ଯୋଗାଡ଼ କରିବା ଲକ୍ଷ୍ୟରେ ରହିଛି।
କେବଳ ଫୋନ୍ର ମୂଲ୍ୟ ଶସ୍ତା ନୁହେଁ, ଫୋନ୍ ସହିତ କମ୍ପାନି ମଧ୍ୟ ଗୁଡ଼ାଏ ସୁଲଭ ‘ଡାଟା ପ୍ଲାନ୍’ ଘୋଷଣା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/fb277e96-f336-457b-b27f-e697b023b081.jpg)