ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ବ୍ୟବସାୟ ବିଭିନ୍ନ ଆଡ଼େ ଖେଳେଇ ହୋଇ ରହିଛି। ତାଙ୍କର ବ୍ୟବସାୟରେ ଏବେ ଅମ୍ବାନୀଙ୍କ ୩ ଜଣ ପିଲା ବି ଯୋଡ଼ି ହୋଇଛନ୍ତି। ଆପଣ ଜାଣନ୍ତି ଯେ ବିଶ୍ବର ଧନୀ ତାଲିକାରେ ୧୩ ନମ୍ବର ସ୍ଥାନରେ ରହିଛନ୍ତି ଅମ୍ବାନୀ। ସେ ହେଉଛନ୍ତି ଏସିଆ ମହାଦେଶର ସବୁଠାରୁ ଧନୀ। ତାଙ୍କ ନିକଟରେ ସମୁଦାୟ ୮୪.୧ ଆରବ ଡଲାର ସଂପତ୍ତି ରହିଛି। ଆମେ ଜାଣନ୍ତି ଯେ ଅମ୍ବାନୀଙ୍କର ଆକାଶ, ଅନନ୍ତ ନାମରେ ଦୁଇ ପୁଅ ଓ ଈଶା ନାମରେ ଜଣେ ଝିଅ ଅଛନ୍ତି।
ବଡ଼ ପୁଅ ଆକାଶ ଅମ୍ବାନୀ ହେଉଛନ୍ତି ରିଲାଏନ୍ସ ଜିଓ ବୋର୍ଡର ନିର୍ଦ୍ଦେଶକ। ୧୯୯୧ ମସିହା ଅକ୍ଟୋବର ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ଆକାଶ ମୁମ୍ବାଇରେ ହିଁ ସ୍କୁଲ୍ ପାଠ ପଢ଼ିଥିଲେ। ପରେ ସେ ଆମେରିକାର ବ୍ରାଉନ୍ ବିଶ୍ବ ବିଦ୍ୟାଳୟରେ ସ୍ନାତକ କରି ଦେଶକୁ ଫେରିଥିଲେ ଓ ଏବେ ସେ ନିଜ ବାପାଙ୍କ ବ୍ୟବସାୟକୁ ସମ୍ଭାଳୁଛନ୍ତି।
ଆପଣ ଜାଣିଥିବେ ଯେ ଆକାଶ ଓ ଈଶା ଅମ୍ବାନୀ ହେଉଛନ୍ତି ଯାଆଁଳା ଭାଇଭଉଣୀ। ଈଶା ଏବେ ରିଲାଲନ୍ସ ଇଣ୍ଡଷ୍ଟ୍ରିର ରିଟେଲ୍ ବିଜିନେସ୍କୁ ସମ୍ଭାଳୁଛନ୍ତି। ଗତବର୍ଷ ରିଲାଏନ୍ସ ଇଣ୍ଡଷ୍ଟ୍ରିର ବାର୍ଷିକ ସାଧାରଣ ବୈଠକରେ ମୁକେଶ ଅମ୍ବାନୀ ତାଙ୍କୁ ଏହି ଦାୟିତ୍ବ ଦେଇଛନ୍ତି। ଈଶା ତାଙ୍କ ଦାୟିତ୍ବକୁ ସୁଚାରୁ ରୂପେ ତୁଲାଇ ଗୋଟାଏ ପରେ ଗୋଟାଏ ସଫଳତା ସାଉଁଟିବାରେ ଲାଗିଛନ୍ତି।
ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ୧୯୯୫ ମସିହା ଏପ୍ରିଲ୍ ୧୦ ତାରିଖରେ ଜନ୍ମ ହୋଇଥିଲେ। ସେ ବି ବ୍ରାଉନ୍ ୟୁନିଭରସିଟିରେ ନିଜ ପାଠ ପଢ଼ା ଶେଷ କରିଛନ୍ତି। ସେ ଏବେ ରିଲାଲନ୍ସ ନ୍ୟୁ ଏନର୍ଜି ବିଜିନେସ୍ର ଦାୟିତ୍ବରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Untitled-60.jpg)