ଦୁବାଇର ସବୁଠାରୁ ଦାମୀ ଘର କିଣିଛନ୍ତି କି ମୁକେଶ ଅମ୍ବାନି ?

ଦୁବାଇ : ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନି ଦୁବାଇରେ ସବୁଠାରୁ ଦାମୀ ଘର କିଣିଥିବା କେତେକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛନ୍ତି । ପାମ୍ ଜୁମୈରାରେ ଏହି ବଙ୍ଗଳା ଅବସ୍ଥିତ ଓ ଏହାକୁ ମୁକେଶ ୮୦ ନିୟୁତ ଡଲାର ବିନିମୟରେ କିଣିଥିବା କୁହାଯାଉଛି । ବଙ୍ଗଳାଟି ପାମ୍ ଜୁମୈରାର ଉତ୍ତର ଭାଗରେ ଅବସ୍ଥିତ । ଏଥିରେ ୧୦ଟି ବେଡରୁମ, ସ୍ପା, ଇଣ୍ଡୋର ଓ ଆଉଟଡୋର ସ୍ବିମିଂ ପୁଲ ରହିଛି ।

ମୁକେଶଙ୍କ ସାନ ପୁଅ ଅନନ୍ତଙ୍କ ପାଇଁ ଏହି ବଙ୍ଗ​ଳା କିଣାଯାଇଛି । ତେବେ ଅମ୍ବାନି ପରିବାର ଏହି ଡିଲ୍ ସମ୍ପର୍କରେ ଗୋପନୀୟତା ଅବଲମ୍ବନ କରୁଛନ୍ତି । ସୂଚନାଯୋଗ୍ୟ ଯେ, ପାମ୍ ଜୁମୈରା ହେଉଛି ଖଜୁରୀ ଗଛ ଆକୃତିର ଏକ କୃତ୍ରିମ ଦ୍ବୀପ । ତେବେ ଜାଣିଛନ୍ତି ପାମ ଜୁମୈରାରେ ଅମ୍ବାନିଙ୍କ ପଡ଼ୋଶୀ କିଏ ହେବେ? ଏଠାରେ ତାଙ୍କ ପଡ଼ୋଶୀ ହେବେ ଡେଭିଡ୍ ବେକହାମ ଓ ଶାହରୁଖ ଖାଁ ।

ବିଶ୍ବର ଅଲଟ୍ରା-ରିଚ୍ ବା ଅତି ଧନୀଙ୍କ ପାଇଁ ଦୁବାଇ ଏକ ପ୍ରିୟ ସ୍ଥାନରେ ପରିଣତ ହୋଇଛି । ଦୁବାଇ ସରକାର ଗୋଲଡେନ ଭିସାମାଧ୍ୟମରେ ବିଶ୍ବର ସେଲିବ୍ରିଟିମାନଙ୍କୁ ସେଠାକୁ ଆମନ୍ତ୍ରିତ କରୁଛନ୍ତି ।

ଗତ ବର୍ଷ ଅମ୍ବାନି ପରିବାର ପକ୍ଷରୁ  ବ୍ରିଟେନର ଷ୍ଟୋକ ପାର୍କରେ ଏକ ଭିଲ୍ଲା କିଣିଥିଲେ । ତାହାର ମୂଲ୍ୟ ଥିବା ୭୯ ନିୟୁତ ଡଲାର । ଏହି ଭିଲ୍ଲାଟି ଅମ୍ବାନିଙ୍କ ବଡ଼ ପୁଅ ଆକାଶଙ୍କ ପାଇଁ କିଣାଯାଇଥିବା କୁହାଯାଉଛି ।

 

ସମ୍ବନ୍ଧିତ ଖବର