ଦୁନିଆର ଶ୍ରେଷ୍ଠ ୧୦ଜଣ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ମୁକେଶ ଅମ୍ବାନୀ ଏକମାତ୍ର ଭାରତୀୟ, ବଢ଼ିଲା ଆଦାନିଙ୍କ ସମ୍ପତ୍ତି

ନୂଆଦିଲ୍ଲୀ: ଦୁନିଆର ଶ୍ରେଷ୍ଠ ୧୦ଜଣ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ମୁକେଶ ଅମ୍ବାନୀ। ଏକମାତ୍ର ଭାରତୀୟ ଭାବେ ମୁକେଶ ଅମ୍ବାନୀ ଶ୍ରେଷ୍ଠ ୧୦ଜଣ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଥିବା ଜଣାପଡ଼ିଛି। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କୁ ନେଇ ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ ୨୦୨୨ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ ଶ୍ରେଷ୍ଠ ୧୦ରେ ଥିବା ବେଳେ ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନିଙ୍କ ସମ୍ପତ୍ତି ବଢ଼ିଥିବା ଦେଖାଯାଇଛି।

ହୁରୁନର ତାଲିକା ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୧୦୩ ବିଲିୟନ ଡଲାର ଥିବା ବେଳେ ଗତ ଏକ ବର୍ଷ ମଧ୍ୟରେ ତାଙ୍କର ସମ୍ପତ୍ତି ୨୦ ବିଲିୟନ ଡ଼ଲାର ବୃଦ୍ଧି ପାଇଛି। ଏହା ସହ ସେ ଦୁନିଆର ଶ୍ରେଷ୍ଠ ୧୦ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ୯ ନମ୍ବରରେ ଥିବାବେଳେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି।

aajtak

ଅନ୍ୟପକ୍ଷରେ ଆଦାନୀ ଗ୍ରୁପର ଗୌତମ ଆଦାନୀ ହୁଏତ ହୁରୁନ ତାଲିକାରେ ଦ୍ୱାଦଶ ସ୍ଥାନରେ ରହିଥାଇ ପାରନ୍ତି, କିନ୍ତୁ ଏକ ବର୍ଷ ମଧ୍ୟରେ ତାଙ୍କର ସର୍ବାଧିକ ସମ୍ପତ୍ତି ବୃଦ୍ଧି ପାଇଛି। ଗତବର୍ଷ ସେ ନିଜ ସମ୍ପତ୍ତି ୪୯୦୦ କୋଟି ଡଲାର ବଢ଼ାଇଛନ୍ତି ଯାହା ସାରା ବିଶ୍ବରେ ସର୍ବାଧିକ ବୋଲି ବିଚାର କରାଯାଉଛି। ସମ୍ପତ୍ତି ବଢ଼ାଇବାରେ ସେ ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କ ଓ ଦ୍ବିତୀୟ ଶ୍ରେଷ୍ଠ ଧନୀ ଆମାଜନର ମୁଖ୍ୟ ଜେଫ୍ ବେଜୋସ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ଗତ ୧୦ ବର୍ଷରେ ଅମ୍ବାନିଙ୍କ ସମ୍ପତ୍ତି ୪୦୦% ବଢ଼ିଥିବା ବେଳେ ଆଦାନିଙ୍କ ସମ୍ପତ୍ତି ୧୮୩୦% ବଢ଼ିଛି।

ତେବେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଟେସଲାର ପ୍ରତିଷ୍ଠାତା ତଥା ସିଇଓ ଏଲନ୍ ମସ୍କ ଶୀର୍ଷରେ ରହିଛନ୍ତି। ତାଙ୍କର ସମ୍ପତ୍ତି ୨୦୫ ବିଲିୟନ ଡ଼ଲାର୍ ରହିଛି। ଏହା ସହ ୧୮୮ ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ଆମାଜନ୍ ମୁଖ୍ୟ ଜେଫ୍ ବେଜୋସ୍ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି |

ସମ୍ବନ୍ଧିତ ଖବର