ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନି ଏସିଆର ଶ୍ରେଷ୍ଠ ଧନୀ ଭାବେ ଉଭା ହୋଇଛନ୍ତି। ତାଙ୍କ ସମ୍ପତ୍ତି ପରିମାଣ ହେଉଛି ୪୨.୧ ବିଲିଅନ ଡଲାର। ଆଜି ସେ ଚୀନ୍ର ହୁଇ କା ୟାନ୍ଙ୍କୁ ଶୀର୍ଷ ସ୍ଥାନରୁ ଗାଦିଚ୍ୟୁତ କରିଛନ୍ତି। ଫୋବର୍ସର ତଥ୍ୟ ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସେୟାର ମୂଲ୍ୟ ୯୫୨ ଟଙ୍କା ୩୦ ପଇସାରେ ପହଞ୍ଚିଯିବା ପରେ ମୁକେଶଙ୍କ ସମ୍ପତ୍ତି ପରିମାଣ ୪୬୬ ନିୟୁତ ଡଲାର ବଢ଼ିଯାଇଥିଲା। ଏଭରଗ୍ରାଣ୍ଡ୍ ଗ୍ରୁପ୍ର ମୁଖ୍ୟ ୟାନ୍ଙ୍କ ସମ୍ପତ୍ତି ପରିମାଣ ୪୦.୬ ବିଲିଅନ ଡଲାରକୁ ଖସି ଆସିଛି। ସମଗ୍ର ବିଶ୍ୱରେ ମୁକେଶ ହେଉଛି ୧୪ତମ ଶ୍ରେଷ୍ଠ ଧନୀ।
ମୁକେଶ ଏସିଆର ଶ୍ରେଷ୍ଠ ଧନୀ
/sambad/media/post_attachments/wp-content/uploads/2017/11/Mukesh-Ambani.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)