ଏସିଆର ନଂ୧ ଧନୀ ହେବେ ମୁକେଶ ଅମ୍ବାନି

ମୁମ୍ବାଇ : ଭାରତର ୧ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଖୁବଶୀଘ୍ର ଏସିଆର ନଂ୧ ଧନୀ ହେବାକୁ ଯାଉଛନ୍ତି । ଏବେ ଏସିଆର ନଂ୧ ଧନୀ ବ୍ୟକ୍ତି ହେଉଛନ୍ତି ଆଲିବାବାର ପ୍ରତିଷ୍ଠାତା ଜାକ୍‌ ମା । ଚଳିତ ବର୍ଷ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ମୂଲ୍ୟ ବୃଦ୍ଧି ପାଇଚାଲିଥିବାରୁ ମୁକେଶଙ୍କ ବ୍ୟକ୍ତିଗତ ସଂପତ୍ତିର ମୂଲ୍ୟ ମଧ୍ୟ ବଢିଚାଲିଛି । ଆଜି ରିଲାଏନ୍ସର ସେୟାର ମୂଲ୍ୟ ବୃଦ୍ଧି ପାଇଥିବାରୁ ମୁକେଶ ଅମ୍ବାନିଙ୍କ ମୋଟ ସଂପତ୍ତି ପରିମାଣ ୪୪.୩ ବିଲିୟନ ଡଲାର ରେ ପହଞ୍ଚିଛି । ଅନ୍ୟପକ୍ଷରେ ଆଲିବାବାର ସେୟାର ମୂଲ୍ୟ ହ୍ରାସ ପାଇଥିବାରୁ ଜାକ୍‌ଙ୍କ ସଂପତ୍ତି ପରିମାଣ  ୪୪ ବିଲିୟନ ଡଲାରକୁ ହ୍ରାସ ପାଇଛି । ତେବେ କିଛି ସମୟ ପରେ ସେ ପୁଣି ମୁକେଶଙ୍କୁ କାଟି ଦେଇଛନ୍ତି ।  ତେବେ ଆଗାମୀ କିଛି ମାସରେ ମୁକେଶ ପୁଣି ଥରେ ଜାକଙ୍କୁ କାଟି ଏସିଆର ନଂ୧ ଧନୀ ବ୍ୟକ୍ତିରେ ପରିଣତ ହେବେ ।  ରିଲାଏନ୍ସ ନିଜର ପେଟ୍ରୋଲିୟମ ରିଫାଇନାରୀ କ୍ଷମତା ବୃଦ୍ଧି କରିଛି, ଜିଓର ରାଜସ୍ୱ ବୃଦ୍ଧି ପାଇଛି, ଆଗକୁ ମଧ୍ୟ ଜିଓଫାଇବର ଲଞ୍ଚ୍‌ ହେବ । ଏହା ଫଳରେ ଆଗକୁ ମୁକେଶଙ୍କ ସଂପତ୍ତି ଆହୁରି ବଢିବା ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର