ମୁକେଶ ଅମ୍ବାନୀଙ୍କ ଲାଡ୍‌ଲା ଆକାଶଙ୍କ ନିର୍ବନ୍ଧ ଉତ୍ସବରେ ପହଞ୍ଚିଲେ ଅନେକ ବଲିଉଡ୍‌ ଓ କ୍ରିକେଟ୍‌ ତାରକା

ମୁମ୍ବାଇ: ଗତ କିଛି ଦିନ ଗଣମାଧ୍ୟମରେ ଭାରତର ବିଶିଷ୍ଟ ଶିଳ୍ପପତିଙ୍କ ପୁଅ ଆକାଶ ଅମ୍ବାନୀ ବେଶ୍‌ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି । ଆକାଶ ତାଙ୍କ ସହପାଠିନୀ ଶ୍ଳୋକା ମେହେଟ୍ଟାଙ୍କୁ ବିବାହ କରିବାକୁ ଯାଉଥିବା ନେଇ ଗୁଡ଼ାଏ ଖବର ନିକଟରେ ପ୍ରକାଶ ପାଇସାରିଛି। ମଙ୍ଗଳବାର ପୁଅ ଆକଶଙ୍କ ନିର୍ବନ୍ଧ ଉତ୍ସବକୁ ବେଶ୍‌ ଧୁମ୍‌ଧାପରେ ପାଳନ କରୁଛନ୍ତି ମୁକେଶ ଅମ୍ବାନୀ ଓ ନୀତି ଅମ୍ବାନୀ। ଏଠାରେ ଜଣାଇ ଦେଉଛୁ କି ପୂର୍ବରୁ ମୁକେଶ ଗୋଆଠାରେ ପୁଅ ଆକାଶଙ୍କର ପ୍ରି-ଏନ୍‌ଗେଜ୍‌ମେଣ୍ଟ୍‌ ଉତ୍ସବର ଆୟୋଜନ କରିଥିଲେ। ଏଥର ତାଙ୍କ ପାର୍ଟିରେ ପହଞ୍ଚିଛନ୍ତି ବଲିଉଡ୍‌ରୁ ନେଇ କ୍ରିକେଟ୍‌ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ବହୁ ହାଇପ୍ରୋଫାଇଲ୍‌ ଅତିଥି।

 

Congratulations to this adorable couple!!!!! #akashloka❤❤❤❤❤

A post shared by Karan Johar (@karanjohar) on

ଅମ୍ବାନୀଙ୍କ ଉତ୍ସବର ଅତିଥିମାନେ ଥିଲେ ଶାହାରୁଖ ଖାନ, ଗୌରୀ ଖାନ୍‌, କ୍ୟାଟ୍ରିନା କୈଫ୍‌, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା, କରନ ଜୋହର, ଜନ୍‌ ଆବ୍ରାହମ୍‌, ହର୍‌ବଜନ ସିଂହ, ଜାହିର୍‌ ଖାନ, ଜାହିର୍‌ଙ୍କ ପତ୍ନୀ ସାଗରୀକା ପ୍ରମୁଖ।

ଏହି ଉତ୍ସବରେ ଅମ୍ବାନୀଙ୍କ ଘରର ବଡ଼ବୋହୂ ହେବାକୁ ଥିବା ଶ୍ଳୋକା ଏକ ସୁନେଲୀ ରଂଗର ଗାଉନ୍‌ ପରିଧାନ କରିଛନ୍ତି। ନୀଳ ରଂଗର ପୋଷାକରେ ଏକଦମ ବଲିଉଡ୍‌ ଷ୍ଟାର୍‌ ଲାଗୁଛନ୍ତି ଅମ୍ବାନୀଙ୍କ ଲାଡ୍‌ଲା ଆକାଶ।

ସମ୍ବନ୍ଧିତ ଖବର