ମୁକେଶ ଅମ୍ବାନି ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଲେ, ଚୀନର ଜାକ ମାଙ୍କୁ ପଛରେ ପକାଇଲେ

ମୁମ୍ବାଇ : କରୋନା ମହାମାରୀ ଯୋଗୁଁ ଶିଳ୍ପଜଗତ ବିପୁଳ କ୍ଷତି ସହୁଥିବାବେଳେ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସଫଳତାର ସିଡ଼ି ଚଢିଚାଲିଛି । ସେୟାର ମୂଲ୍ୟ ବଢିଚାଲିଥିବାରୁ କମ୍ପାନିର ବଜାର ପୁଞ୍ଜି ବା ମାର୍କେଟ କ୍ୟାପିଟାଲାଇଜେସନ ୧୦ ଲକ୍ଷ କୋଟି ଟପିଯାଇଛି । କମ୍ପାନିର ସେୟାର ମୂଲ୍ୟ ବୃଦ୍ଧି ପାଇବା ସହ ମୁକେଶଙ୍କ ସଂପତ୍ତିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଚାଲିଛି ।

ବ୍ଲୁମ୍ବର୍ଗ ବିଲିୟନେର ଇଣ୍ଡେକ୍ସ ଅନୁସାରେ ମୁକେଶଙ୍କ ମୋଟ ସଂପତ୍ତିର ପରିମାଣ ୫୭.୫ ବିଲିୟନ ଡଲାର ବା ୪ ଲକ୍ଷ ୩୪ ହଜାର କୋଟିରେ ପହଞ୍ଚିଛି । ସମଗ୍ର ବିଶ୍ୱରେ ସେ ୧୨ ତମ ସ୍ଥାନରେ ଥିବାବେଳେ ସମଗ୍ର ଏସିଆରେ ପ୍ରଥମ ସ୍ଥାନରେ ଅଛନ୍ତି । ପୂର୍ବରୁ ଆଲିବାବା ପ୍ରତିଷ୍ଠାତା ଚୀନର ଜାକ ମା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ପରିଗଣିତ ହେଉଥିଲେ ମଧ୍ୟ ଏବେ ସେ ଏସିଆରେ ୨ୟ ସ୍ଥାନ ଓ ବିଶ୍ୱରେ ୨୦ତମ ସ୍ଥାନକୁ ଖସିଯାଇଛନ୍ତି ।

ପ୍ରଥମ ସ୍ଥାନରେ ରହିଛନ୍ତି ଆମାଜନ ମୁଖ୍ୟ ଜେଫ ବେଜୋସ । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୪୮ ବିଲିୟନ ଡଲାର ରହିଛି । ୨ୟ ସ୍ଥାନରେ ଅଛନ୍ତି ମାଇକ୍ରୋସଫ୍ଟ ମୁଖ୍ୟ ବିଲ ଗେଟ୍ସ । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୧୧୩ ବିଲିୟନ ଡଲାର ରହିଛି । ୩ୟ ସ୍ଥାନରେ ଫ୍ରାନ୍ସର ବର୍ନାଡ ଆରନଲ୍ଟ ରହିଛନ୍ତି । ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ୯୩.୮ ବିଲିୟନ ଡଲାର ରହିଛି ।

ସମ୍ବନ୍ଧିତ ଖବର