ଇ-କମର୍ସ ପାଇଁ ମୁକେଶଙ୍କ ବଡ଼ ଯୋଜନା: ଖୋଲିବେ ଅନଲାଇନ୍ ସପିଂ କମ୍ପନି

ନୂଆଦିଲ୍ଲୀ ରିଲାଏନ୍ସ ଜିଓ ଜରିଆରେ ଦେଶର କୋଣ ଅନୁକୋଣରେ ପହଞ୍ଚିପାରିଥିବା ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନି ଏବେ ଆଉ ଏକ ବଡ଼ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଇ-କମର୍ସ କ୍ଷେତ୍ର ପାଇଁ ସେ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ନିଜର ଡିଜିଟାଲ୍ ସର୍ଭିସେସ୍‌ ହୋଲ୍‌ଡିଂ କଂପାନିରେ ସେ ୨୪୦୦ କୋଟି ଡଲାର (୧.୬ ଲକ୍ଷ କୋଟି ଟଙ୍କା) ବିନିଯୋଗ କରିବାକୁ ଯାଉଛନ୍ତି। ଏହା ଜରିଆରେ ସେ ଇ-କମର୍ସ କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଛନ୍ତି। ଏଥିପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ତରଫରୁ ଏକ ସହଯୋଗୀ ସଂସ୍ଥା ସ୍ଥାପନ କରାଯିବ ଓ ତାହା ଜରିଆରେ ୧,୦୮,୦୦୦ କୋଟି ଟଙ୍କା ରିଲାଏନ୍ସ ଜିଓରେ ନିବେଶ କରାଯିବ। ମୁକେଶଙ୍କ ପ୍ରମୁଖ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବୋର୍ଡ ଏହି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ଦେଶର ଇ-କମର୍ସ ବଜାର ଫ୍ଲିପ୍‌କାର୍ଟ ଓ ଆମାଜନ କବ୍‌ଜାରେ ରହିଛି। ମୁକେଶଙ୍କଠାରୁ ସେମାନଙ୍କୁ କଡ଼ା ପ୍ରତିଦ୍ବନ୍ଦ୍ବିତା ସାମ୍ନା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର