ମୁମ୍ବାଇ: ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପୁଣି ଏକ ସଂସ୍ଥାକୁ ଅଧିଗ୍ରହଣ କରିଛି। ଅକ୍ଷୟ ଶକ୍ତି କ୍ଷେତ୍ରରେ ଆଗରେ ରହିବା ଲାଗି ନରୱେର କଂପାନି ଆର୍ଇସି ସୋଲାର ହୋଲ୍ଡିଙ୍ଗ୍ସକୁ ସେ ୭୭୧ ନିୟୁତ ଡଲାରରେ କିଣିଛନ୍ତି। ଏହି ସଂସ୍ଥାର ମାଲିକାନା ଚାଇନା ନ୍ୟାସନାଲ୍ ବ୍ଲୁଷ୍ଟାର୍ ଗ୍ରୁପ୍ ପାଖରେ ଥିଲା। ଅକ୍ଷୟ ଶକ୍ତି କ୍ଷେତ୍ର ଲାଗି ରିଲାଏନ୍ସ ସ୍ଥାପନ କରିଥିବା ନୂଆ ସଂସ୍ଥା ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ ମାଧ୍ୟମରେ ଏହି ଅଧିଗ୍ରହଣ ହୋଇଛି। ସେହିପରି, ଆଜି ସାପୋର୍ଜି ପାଲୋଞ୍ଜି ଗ୍ରୁପ୍ର ସଂସ୍ଥା ଷ୍ଟର୍ଲିଂ ଆଣ୍ଡ୍ ୱିଲ୍ସନ୍ ସୋଲାର୍ର ୪୦% ଅଂଶଧନକୁ ମଧ୍ୟ ରିଲାଏନ୍ସ ନିଉ ଏନର୍ଜି ଅଧିଗ୍ରହଣ କରିବ ବୋଲି ଘୋଷଣା କରାଯାଇଛି। ଗୁଜରାଟର ଜାମନଗରରେ ରିଲାଏନ୍ସ ଏକ ଗିଗା ଫ୍ୟାକ୍ଟ୍ରି ସ୍ଥାପନ କରୁଛି। ସେଥିରେ ଆର୍ଇସିର ପ୍ରଯୁକ୍ତିକୁ ବ୍ୟବହାର କରି ଫଟୋଭୋଲ୍ଟାଇକ୍ ପ୍ୟାନେଲ୍ ନିର୍ମାଣ କରିବା ଯୋଜନା ରହିଛି।
ନର୍ୱେ ଓ ସାପୋର୍ଜି ପାଲୋଞ୍ଜି ଗ୍ରୁପ୍ର ସୌର ଶକ୍ତି ସଂସ୍ଥା କିଣିଲେ ମୁକେଶ
/sambad/media/post_attachments/wp-content/uploads/2020/08/15_07_2020-mukesh-ambani-reliance-industries.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)