ମୁକେଶଙ୍କୁ ‘ଡ୍ରାଇଭର୍ସ ଅଫ୍‌ ଚେଞ୍ଜ୍‌’ ପୁରସ୍କାର

ଭୁବନେଶ୍ୱର: ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କୁ ‘ଡ୍ରାଇଭର୍ସ ଅଫ୍‌ ଚେଞ୍ଜ’ ପୁରସ୍କାର ମିଳିଛି। ଫାଇନାନ୍‌ସିଆଲ୍‌ ଟାଇମସ୍‌ ଆର୍ସେଲର ମିତ୍ତଲ ବୋଲ୍‌ନେସ୍‌ ଇନ୍‌ ବିଜ୍‌ନେସ୍‌ ଆଓ୍ଵାର୍ଡ କାର୍ଯ୍ୟକ୍ରମରେ ମୁକେଶଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାରକୁ ସେ ଜିଓ ପାଇଁ କାମ କରୁଥିବା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଫୋର୍ବସ୍‌ ତାଲିକାରେ ଭାରତ ଏକ ନମ୍ବର ଧନୀ ହେଉଛନ୍ତି ମୁକେଶ। ଦୀର୍ଘ ବର୍ଷ ଧରି ସେ ଶୀର୍ଷ ସ୍ଥାନରେ ରହିଛନ୍ତିତ।

ସମ୍ବନ୍ଧିତ ଖବର