ଟେଲିକମ ପରେ ଖେଳନା ମାର୍କେଟକୁ ନେଇ ବଡ ବ୍ୟବସାୟର ଲକ୍ଷ୍ୟ ରଖିଛନ୍ତି ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଗତ ବର୍ଷ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ବ୍ରିଟେନର ଖେଳନା ବ୍ରାଣ୍ଡ ହେମଲେଜ ଗ୍ଲୋବାଲ୍ ହୋଲ୍ଡିଂ ଲିମିଟେଡ୍ ଅଧିଗ୍ରହଣ ବିଷୟରେ ଘୋଷଣା କରିଥିଲେ। ବ୍ଲୁମବର୍ଗ ର ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ବର୍ତ୍ତମାନ ହେମଲେଜ ଗ୍ଲୋବାଲ ହୋଲଡିଂ ଲିମିଟେଡକୁ ବିସ୍ତାର କରିବାକୁ ଯୋଜନା କରିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ହେମଲେଜ ଇଂଲଣ୍ଡ, ପଶ୍ଚିମ ୟୁରୋପ, ଅଷ୍ଟ୍ରେଲିଆ, ଆମେରିକା ଏବଂ କାନାଡାରେ ଷ୍ଟୋର ଖୋଲିବାକୁ ଯୋଜନା କରିଛି । କମ୍ପାନୀ ଏହି ସମୟରେ ପଦକ୍ଷେପ ନେଉଛି ଯେତେବେଳେ ଅନ୍ୟ ଖେଳନା ତିଆରି କରୁଥିବା ବ୍ରିଟିଶ କମ୍ପାନୀଗୁଡିକ ଦୋକାନ ବନ୍ଦ କରି ଲୋକମାନଙ୍କୁ ଛଟେଇ କରୁଛନ୍ତି |

ହେମଲେଜ ଗ୍ଲୋବାଲ୍ ହୋଲ୍ଡିଂ ଲିମିଟେଡ୍ ରିଲାଏନ୍ସ ବ୍ରାଣ୍ଡ ଲିମିଟେଡ୍ ଅଧୀନରେ ଅଛି | ଗତ ବର୍ଷ ରିଲାଏନ୍ସ ୟୁକେ ଖେଳନା ବ୍ରାଣ୍ଡ ହେମଲେଜ ଗ୍ଲୋବାଲ ହୋଲଡିଂ ଲିମିଟେଡକୁ ପ୍ରାୟ ୬୨୦ କୋଟି ଟଙ୍କାରେ କିଣିଥିଲା। ଚୁକ୍ତି ସମୟରେ ହେମଲେଜର ୧୮ ଟି ଦେଶରେ ୧୬୭ ଷ୍ଟୋର ଥିଲା | ସେହିପରି ଭାରତରେ ବର୍ତ୍ତମାନ ୨୯ ଟି ସହରରେ ୮୮ ଟି ଷ୍ଟୋର୍‌ ପରିଚାଳନା କରୁଛି |

ଏଠାରେ ସୂଚନା ଥାଉ ଯେ ୧୭୬୦ ମସିହାରେ ହେମଲେଜ ଗ୍ଲୋବାଲ୍ ହୋଲ୍ଡିଂ ଲିମିଟେଡ୍ ପ୍ରତିଷ୍ଠା କରାଯାଇଥିଲା | ଏହା ହେଉଛି ବିଶ୍ୱର ସର୍ବ ପୁରାତନ ଏବଂ ବୃହତ୍ତମ ରିଟେଲର ଖେଳନା କମ୍ପାନୀ | ଏହି କମ୍ପାନୀ ୱିଲିୟମ୍ ହେମଲେଜଙ୍କ ଦ୍ୱାରା ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା |

ସମ୍ବନ୍ଧିତ ଖବର