ମୁକେଶଙ୍କ ଉପରେ ୧୫ କୋଟି ଜରିମାନା

ମୁମ୍ବାଇ: ୨୦୦୭ ମସିହାର ଏକ ଟ୍ରେଡିଂ କାରସାଦି ମାମଲାରେ ସେବି ମୁକେଶ ଅମ୍ବାନିଙ୍କ ଉପରେ ୧୫ କୋଟି ଟଙ୍କାର ଜରିମାନା ଲଗାଇଛି। ଏଥିସହିତ ତାଙ୍କ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଉପରେ ୨୫ କୋଟି ଟଙ୍କା, ନଭି ମୁମ୍ବାଇ ଏସଇଜେଡ୍‌ ଉପରେ ୨୦ କୋଟି ଟଙ୍କା ଏବଂ ମୁମ୍ବାଇ ଏସଇଜେଡ୍ ଉପରେ ୧୦ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି। ସେବି ପକ୍ଷରୁ ଏ ନେଇ ୯୫ ପୃଷ୍ଠାର ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିରେ କୁହାଯାଇଛି ୨୦୦୭ ନଭେମ୍ବରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓ ଅନ୍ୟ ସଂସ୍ଥାମାନେ ମିଳିତଭାବେ ରିଲାଏନ୍ସ ପେଟ୍ରୋଲିୟମ ଲିମିଟେଡରେ ଏକସଙ୍ଗରେ ଟ୍ରେଡିଂ କରିଥିଲେ। ଲାଭ ପାଇଁ ସେମାନେ ଆରପିଏଲର ଉଭୟ କ୍ୟାସ ଓ ଡେରିଭେଟିଭ ସେଗମେଣ୍ଟ୍‌ରେ ଏହି କାରବାର କରିଥିଲେ।

ସମ୍ବନ୍ଧିତ ଖବର