ନୂଆଦିଲ୍ଲୀ : ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନି ଏକ ବିରଳ ସଫଳତା ହାସଲ କରିଛନ୍ତି । ୧୦୦ ବିଲିୟନ ଡଲାର ସଂପତ୍ତି ଥିବା ସେ ବିଶ୍ବର ୧୧ତମ ବ୍ୟକ୍ତିରେ ପରିଣତ ହୋଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ମୂଲ୍ୟ ବୃଦ୍ଧି ପାଇବା ପରେ ତାଙ୍କ ସମ୍ପତ୍ତିର ପରିମାଣ ୧୦୦ ବିଲିୟନ (୧ ବିଲିୟନ = ୧୦୦ କୋଟି) ଡଲାର ଟପିଯାଇଛି । ଏହା ଫଳରେ ସେ ଜେଫ ବୋଜେସ, ବିଲ ଗେଟ୍ସ, ଏଲନ ମସ୍କ ସଦସ୍ୟ ଥିବା ୧୦୦ ବିଲିୟନ ଡଲାର କ୍ଲବରେ ସାମିଲ ହୋଇଛନ୍ତି । ୧୦୦ ବିଲିୟନ ଡଲାର ସମ୍ପତ୍ତି ଥିବା ସେ ଏସିଆର ଏକମାତ୍ର ବ୍ୟକ୍ତିରେ ପରିଣତ ହୋଇଛନ୍ତି ବୋଲି ବ୍ଲୁମ୍ବର୍ଗ ବିଲିୟନେର ଇଣ୍ଡେକ୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ।
ଏହି ତାଲିକା ଅନୁସାରେ ବିଶ୍ବର ନଂ୧ ଧନୀ ଏଲନ ମସ୍କଙ୍କ ମୋଟ ସମ୍ପତ୍ତି ପରିମାଣ ୨୨୨ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ୨ୟ ସ୍ଥାନରେ ଥିବା ଆମାଜନ ପ୍ରତିଷ୍ଠାତା ଜେଫ ବୋଜେସଙ୍କ ସମ୍ପତ୍ତିର ପରିମାଣ ପ୍ରାୟ ୧୯୦ ବିଲିୟନ ଡଲାର । ତାଙ୍କ ପଛକୁ ଅଛନ୍ତି ବର୍ନାର୍ଡ ଆର୍ନଲ୍ଟ ଓ ବିଲ ଗେଟ୍ସ । ସେମାନଙ୍କ ସମ୍ପତ୍ତିର ପରିମାଣ ଯଥାକ୍ରମେ ୧୫୫.୬ ଓ ୧୨୭ ବିଲିୟନ ଡଲାର ରହିଛି ।