ମୁକେଶ ଦୁନିଆର ଦଶମ ଶ୍ରେ‌ଷ୍ଠ ଧନୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କ ସମ୍ପତ୍ତିରେ ହୋଇଥିବା ବୃଦ୍ଧି ଯୋଗୁ ତାଙ୍କୁ ଦୁନିଆର ଶ୍ରେଷ୍ଠ ୧୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ମିଳିଛି। ହୁରୁନ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଧନୀଙ୍କ ତାଲିକାରେ ମୁକେଶ ଦଶମ ସ୍ଥାନରେ ରହିଛନ୍ତି। ତାଙ୍କ ସମ୍ପତ୍ତି ପରିମାଣ ୩.୮୩ ଲକ୍ଷ କୋଟି ଟଙ୍କା (୫୪ ବିଲିଅନ୍ ଡଲାର) ରହିଛି। ଏହି ତାଲିକାରେ ଆମାଜନ୍ ମୁଖ୍ୟ ଜେଫ୍‌ ବେଜୋସ୍‌ ପ୍ରଥମ ସ୍ଥାନରେ ଥିବା ‌ମାଇକ୍ରୋସଫ୍ଟର ମୁଖ୍ୟ ବିଲ୍‌ ଗେଟସ୍‌ ଦ୍ବିତୀୟ, ବର୍କସାୟାର ହାଥାୱେର ମୁଖ୍ୟ ୱାରେନ୍ ବଫେ ତୃତୀୟ ଏବଂ ଫେସବୁକ୍‌ର ମାର୍କ ଜୁକରବର୍ଗ ପଞ୍ଚମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର