ଡିସେମ୍ବରରେ ମୁକେଶଙ୍କ ପୁଅ ବାହାଘର

ମୁମ୍ବାଇ: ଦେଶର ଶୀର୍ଷ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ବଡ଼ପୁଅ ଆକାଶଙ୍କ ବାହାଘର ତାରିଖକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଯଦିଓ ନିର୍ଦ୍ଦିଷ୍ଟ ଭାବେ ସେମାନଙ୍କ ବାହାଘର ତାରିଖ ନେଇ କିଛି ସ୍ପଷ୍ଟ ହୋଇନାହିଁ ତଥାପି ଆସନ୍ତା ଡିସେମ୍ବର ୮ରୁ ୧୨ ତାରିଖ ମଧ୍ୟରେ ଏହି ବାହାଘର ହେବ ବୋଲି ଜଣାଯାଇଛି। ହୀରା ବ୍ୟବସାୟୀ ରସେଲ ମେହେଟ୍ଟାଙ୍କ ସାନ ଝିଅ ଶ୍ଳୋକା ମେହେଟ୍ଟାଙ୍କୁ ଆକାଶ ବାହାହେବ। ମୁକେଶ, ନିତା, କୋକିଳାବେନ୍‌ ଓ ପରିବାରର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଆକାଶ ଓ ଶ୍ଳୋକାଙ୍କ ପ୍ରି ଏନ୍‌ଗେଜ୍‌ମେଣ୍ଟ ସେରିମନି ଗତକାଲି ଗୋଆର ସମୁଦ୍ରକୂଳରେ ଥିବା ଏକ ପଞ୍ଚତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଆକାଶ ଓ ଶ୍ଳୋକାଙ୍କର ଏହି ପ୍ରି ଏନ୍‌ଗେଜ୍‌ମେଣ୍ଟ ସେରିମନିର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଯାଇଛି। ଉଭୟ ପରିବାର ପରସ୍ପରକୁ ବହୁ ପୂର୍ବରୁ ଜାଣିଛନ୍ତି। ଏଥିସହିତ ଆକାଶ ଏବଂ ଶ୍ଳୋକା ଉଭୟ ଧୀରୁଭାଇ ଅମ୍ବାନି ଇଣ୍ଟରନ୍ୟାସନାଲ ସ୍କୁଲରେ ଗୋଟିଏ ଶ୍ରେଣୀରେ ପାଠ ପଢ଼ୁଥିଲେ। ଶ୍ଳୋକାଙ୍କୁ ୪ ବର୍ଷ ହୋଇଥିବାବେଳେ ତାଙ୍କୁ ସେ ଜାଣନ୍ତି ବୋଲି ନିତା କହିଛନ୍ତି।

ସମ୍ବନ୍ଧିତ ଖବର