ଲଣ୍ଡନ: ଭାରତର ଦ୍ବିତୀୟ ବଡ଼ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଆମ୍ବାନି ବିଶ୍ବ ପ୍ରଶିଦ୍ଧ ଇଂଲିସ ଫୁଟ୍ବଲ୍ କ୍ଲବ୍ ଲିଭରପୁଲ୍ ଏଫ୍ସି ଅଧିଗ୍ରହଣ ଦୌଡ଼ରେ ସାମିଲ ହୋଇଛନ୍ତି। ଏହି କ୍ଲବ୍କୁ ବିକ୍ରି କରିବା ଲାଗି ଏହାର ବର୍ତ୍ତମାନର ମାଲିକ ଫେନ୍ୱେ ସ୍ପୋର୍ଟ୍ସ ଗ୍ରୁପ୍ (ଏଫ୍ଏସ୍ଜି) ନିଷ୍ପତ୍ତି ନେଇଛି। ସେଥିପାଇଁ ଏହା ବିଶ୍ବସ୍ତରୀୟ ଆର୍ଥିକ ସଂସ୍ଥା ଗୋଲ୍ଡମାନ ସଚ୍ସ୍ ଏବଂ ମୋର୍ଗାନ ଷ୍ଟେନ୍ଲିକୁ ଦାୟିତ୍ବ ଦେଇଛି।୨୦୧୦ ଅକ୍ଟୋବରରେ ଏହି କମ୍ପାନି ଲିଭରପୁଲ୍ ଏଫ୍ସିକୁ କିଣିଥିଲା।
ଲିଭର୍ପୁଲ୍ ଏଫ୍ସିକୁ ୪୦୦ କୋଟି ବ୍ରିଟିସ୍ ପାଉଣ୍ଡରେ ବିକ୍ରି କରିବାକୁ କଂପାନି ନିଷ୍ପତ୍ତି ନେଇଛି। କ୍ରୀଡ଼ା କ୍ଷେତ୍ରର ଟିମ୍ କିଣିବା ମୁକେଶଙ୍କ ପାଇଁ କିଛି ନୂଆ କଥା ନୁହେଁ। ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ମୁମ୍ବାଇ ଇଣ୍ଡିଆନ୍ସ ଦଳ ତାଙ୍କ ପତ୍ନୀ ନୀତା ଅମ୍ବାନିଙ୍କ ଅଧୀନରେ ପରିଚାଳିତ ହେଉଛି। ନିକଟରେ ଏହି ସଂସ୍ଥା ଦକ୍ଷିଣ ଆଫ୍ରିକା ଏବଂ ୟୁଏଇର ଟି୨୦ କ୍ରିକେଟ୍ ଲିଗ୍ରେ ଦୁଇଟି ଟିମ୍ କିଣିଥିଲା।