ଚର୍ଚ୍ଚାରେ ମୁକେଶଙ୍କ ସାନପୁଅ ଅନନ୍ତ

ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ବାହାଘର ଖବର

ମୁମ୍ବାଇ: ମୁକେଶ ଅମ୍ବାନିଙ୍କ ଯାଅାଁଳା ବଡ଼ ପୁଅଝିଅ ଆକାଶ ଏବଂ ଇଶାଙ୍କ ବାହାଘର ଠିକ୍‌ ହୋଇସାରିଛି। ଆକାଶଙ୍କ ବାହାଘର ଶ୍ଳୋକା ମେହେଟ୍ଟାଙ୍କ ସହିତ ପୂର୍ବରୁ ସ୍ଥିର ହୋଇ ସାରିଥିବାବେଳେ ନିକଟରେ ଝିଅ ଇଶାର ବାହାଘର ଆନନ୍ଦ ପିରାମଲଙ୍କ ସହ ଠିକ୍‌ ହୋଇଛି। ବଡ଼ ପୁଅଝିଅଙ୍କ ବାହାଘର ଠିକ୍‌ ହେବାର କିଛିଦିନ ପରେ ଆଜି ସାନପୁଅ ଅନନ୍ତର ବାହାଘର ରାଧିକା ମର୍ଚ୍ଚାଣ୍ଟ ନାମ୍ନୀ ଝିଅ ସହ ଠିକ୍‌ ହୋଇଯାଇଥିବା ନେଇ ସୋସିଆଲ ମିଡ଼ିଆରେ ଖବର ଭାଇରାଲ ହୋଇଛି। ତେବେ ଏହି ଖବରରେ କୌଣସି ସତ୍ୟତା ନାହିଁ ବୋଲି କମ୍ପାନିର ପ୍ରବକ୍ତା କହିଛନ୍ତି।

ସମ୍ବନ୍ଧିତ ଖବର