୩ ଦିନରେ ମୁକେଶଙ୍କ ୪ଟି ବଡ଼ ଡିଲ୍‌

ମୁମ୍ବାଇ: ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନି ଗୋଟିଏ ପରେ ଗୋଟିଏ କଂପାନି କିଣିବାରେ ଲାଗିଛନ୍ତି। ଗତ ତିନି ଦିନ ଭିତରେ ସେ ଚାରିଟି ବଡ଼ ଡିଲ୍‌ କରିଛନ୍ତି। ଅକ୍ଷୟ ଶକ୍ତି କ୍ଷେତ୍ରରେ ଆଗରେ ରହିବା ଲାଗି ସେ ଏହି ସବୁ ବୁଝାମଣା କରିଛନ୍ତି। ଦୁଇ ଦିନ ପୂର୍ବେ ସେ ନରୱେର ଆଇସି ଗ୍ରୁପ୍‌କୁ ଅଧିଗ୍ରହଣ କରିଥିଲେ। ସେହିଦିନ ରାତିରେ ସାପୋର୍ଜି ପାଲୋଞ୍ଜି ଗ୍ରୁପ୍‌ର ମାଲିକାନାରେ ଥିବା ଷ୍ଟର୍ଲିଂ ଆଣ୍ଡ୍ ୱିଲ୍‌ସନ୍ ସୋଲାରର ୪୦% ଅଂଶଧନ ଅଧିଗ୍ରହଣ କରାଯିବ ବୋଲି ତାଙ୍କ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଘୋଷଣା କରିଥିଲା। ଆଜି ରିଲାଏନ୍ସ ମାଲିକାନାରେ ଥିବା ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ରିଲାଏନ୍ସ ନିଉ ଏନର୍ଜି ସୋଲାର ପକ୍ଷରୁ ‌ଜର୍ମାନିର ନେକ୍ସୱେଫ୍ ଓ ଡେନ୍‌ମାର୍କର ଷ୍ଟିସ୍‌ଡଲ୍‌ ସହିତ ପୁଞ୍ଜିନିବେଶ ଲାଗି ବୁଝାମଣା ସ୍ବାକ୍ଷର କରାଯାଇଛି।

ସମ୍ବନ୍ଧିତ ଖବର