ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଟେଲିକମ୍ କଂପାନି ରିଲାଏନ୍ସ ଜିଓର ନିର୍ଦେଶକ ପଦରୁ ମୁକେଶ ଅମ୍ବାନି ଇସ୍ତଫା ଦେଇଛନ୍ତି। ଏହି କଂପାନିର ନୂଆ ଅଧ୍ୟକ୍ଷ ଭାବେ ତାଙ୍କ ପୁଅ ଆକାଶ ଅମ୍ବାନିଙ୍କୁ ନିଯୁକ୍ତ କରାଯାଇଛି। ଏଥି ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ରେ ଉତ୍ତରାଧିକାରୀଙ୍କ ଦାୟିତ୍ବ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଉଛି। ମୁକେଶ ନିଜ ଝିଅ ଇଶାଙ୍କୁ ରିଟେଲ୍ ବ୍ୟବସାୟର ନେତୃତ୍ବ ହସ୍ତାନ୍ତର କରିପାରନ୍ତି ବୋଲି ଚର୍ଚା ହେଉଛି। ତାଙ୍କ ସାନ ପୁଅ ୨୬ ବର୍ଷୀୟ ଅନନ୍ତଙ୍କୁ ନିକଟରେ ରିଲାଏନ୍ସ ରିଟେଲ୍ର ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା।
ମୁକେଶଙ୍କ ବଡ଼ ପୁଅ ଜିଓର ନୂଆ ଅଧ୍ୟକ୍ଷ
/sambad/media/post_attachments/wp-content/uploads/2022/06/gd4j65j465jgd4g65j4gj654gj65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)