୩୪ହଜାର ଟଙ୍କା ନିବେଶ କରି ଲୋକେ ହେଲେ କୋଟିପତି !

ନୂଆଦିଲ୍ଲୀ: ସାଧାରଣତଃ ସେୟାର ବଜାରରେ ଟଙ୍କା ଲଗାଇବାକୁ ଅନେକ ଲୋକ ପସନ୍ଦ କରୁ ନଥିବା ବେଳେ ଆଉ କିଛିଲୋକ  ସେୟାର ବଜାର କାରବାରକୁ ପସନ୍ଦ କରନ୍ତି, ଟଙ୍କା ବି ନିବେଶ କରି ଲାଭ ଉଠାନ୍ତି। ତେବେ ଷ୍ଟକ ମାର୍କେଟରେ ଲାଭ-କ୍ଷତି ଲାଗି ରହିଥାଏ। ଏହା ଅନେକ ନିବେଶକଙ୍କ ଭାଗ୍ୟ ବି ଖୋଲି ଦେଇଥାଏ। ନିକଟରେ ଜେଏମ ଫାଇନାନସିଆଲର ସେୟାର କମାଲ କରିଛି। ଏଥିରେ ଦୀର୍ଘତମ ନିବେଶ କରିଥିବା ନିବେଶକ କୋଟିପତି ହୋଇଯାଇଛନ୍ତି।

ମୁମ୍ବାଇର ଜେଏମ ଫାଇନାନସିଆଲ ଏକ ଫାଇନାନସିଆଲ ସର୍ଭିସ ଗ୍ରୁପ। ଏହାକୁ ୧୯୭୩ରେ ପ୍ରତିଷ୍ଠା କରାଯାଇଥିଲା। ଏହାର ଶାଖା ଭାରତ ସମେତ ସିଙ୍ଗାପୁର, ନ୍ୟୁଜର୍ସି ଓ ଦୁବାଇରେ ରହିଛି। ପାଖାପାଖି ଦୁଇଦଶକ ପୂର୍ବେ ୨୦୦୨ରେ କମ୍ପାନିର ସେୟାର ମୂଲ୍ୟ ୨୭ପଇସା ଥିଲା। ଏବେ ଏହା ୭୨ଟଙ୍କାରସ୍ତରରେ ବିକ୍ରିବଟା ହେଉଛି। କିନ୍ତୁ କମ୍ପାନିର ସେୟାରରେ ସଂପ୍ରତି ହ୍ରାସ ହେବାର ଦେଖିବାକୁ ମିଳୁଛି। ଏମିତିରେ ନିବେଶକଙ୍କ ପାଇଁ ସେୟାର ଲାଭଦାୟକ ହୋଇଛି, ଯେଉଁମାନେ ଦୀର୍ଘମିଆଦୀ ନିବେଶ କରିଥିଲେ।

ଜେଏମ ଫାଇନାନସିଆଲର ସେୟାର ୨୦ବର୍ଷରେ ନିବେଶକଙ୍କୁ ୩୦୦ଗୁଣାରୁ ଅଧିକ ରିଟର୍ଣ୍ଣ ଦେଇଛି। ହିସାବ ଆଧାରରେ ଦେଖିବାକୁ ଗଲେ ୨୦୦୨ରେ ଯେଉଁ ନିବେଶକ ଏହି ସେୟାରରେ ୩୪,୦୦୦ନିବେଶ କରିଥିଲେ, ସେମାନେ ୨୦୨୨ ନଭେମ୍ବର ସୁଦ୍ଧା ଏକକୋଟି ଟଙ୍କାର ମାଲିକ ହୋଇ ସାରିଥିବେ, ଯାହାକି ଏକ ଖୁସି ଖବର ବୋଲି କୁହାଯାଉଛି।

ବର୍ତ୍ତମାନ ଏହି ସେୟାରର ପ୍ରଦର୍ଶନ ଦେଖିବାକୁ ଗଲେ ଗୁରୁବାର ସୁଦ୍ଧା ୧.୪୫ ପ୍ରତିଶତ ହ୍ରାସ ସହିତ ୭୧.୪୦ଟଙ୍କା ସ୍ତରରେ ବ୍ୟବସାୟ କରୁଛି।

ସମ୍ବନ୍ଧିତ ଖବର