ବିମାନ ବନ୍ଦରରେ ଅଟକ ରହିଲେ  ୧୦,୫୭,୩୮୮ ଟଙ୍କାର ୧୧ଟି ଆଇଫୋନ ଏକ୍ସ ଧରିଥିବା ଯାତ୍ରୀ

ମୁମ୍ବାଇ : ବଜାରରେ ଅଧିକ ଦାମରେ ବିକ୍ରି ହେଉଥିବା ସ୍ମାର୍ଟଫୋନ ଆଇଫୋନ ଏକ୍ସ  ଧରି ଯାଉଥିବାରୁ ବିମାନ ବନ୍ଦରରେ ଜଣେ ଯାତ୍ରୀଙ୍କୁ ଅଟକ ରାଖାଯାଇଛି। କଥାଟି ଆଶ୍ଚଯ୍ୟର୍ ଲାଗୁଥିଲେ ମଧ୍ୟ ସତ୍ୟ।  ମୁମ୍ବାଇ ଛତ୍ରପତି ଶିବାଜୀ ଅର୍ନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଜଣେ ବ୍ୟକ୍ତି ୧୧ଟି ଆଇଫୋନ ନେଇ ଯାଉଥିବା ବେଳେ ଶନିବାର  ଦ ଏୟାର ଇଣ୍ଟଲିଜେନ୍ସ ୟୁନିିଟ ଦ୍ୱାରା ତାଙ୍କୁ ଅଟକ ରାଖାଯାଇଛି। ଅଭିଯୁକ୍ତ ଭାବେଶ ରାଭଜୀଭାଇ ବିରାନୀନଭେମ୍ବର ୪ ତାରିଖରେ  ହଙ୍ଗକଙ୍ଗରୁ ଭାରତକୁ   ଯାତ୍ରା କରୁଥିବା ବେଳୋ।ତାଙ୍କ ପାଖରୁ ୧୧ଟି ଆଇଫୋନ ଏକ୍ସ ଜବତ କରାଯାଇଛି। ଭାବେଶଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ସେ କାହିଁକି ଏତେ ସଂଖ୍ୟକ ଫୋନ୍‌ ଧରି ଯାଉଥିଲେ ତାହା ଜଣା ପଡ଼ିନାହିଁ।

ଉଲ୍ଲେଖଯୋଗ୍ୟ, ମାତ୍ର କିଛି ଦିନ ଆଗରୁ ବଜାରରେ  ଆଇଫୋନ ଏକ୍ସ   ଲଞ୍ଚ କରିଥିବା ବେଳେ ଏହାର ଦାମ ରହିିଛି  ୭୪ ହଜାର  ଟଙ୍କା। ତାଙ୍କ ପାଖରୁ ଜବତ ହୋଇଥିବା ୧୧ଟି ଆଇଫୋନ ଏକ୍ସର ମୂଲ୍ୟ ରହିଛି ୧୦,୫୭,୩୮୮ ଟଙ୍କା।

 

 

 

ସମ୍ବନ୍ଧିତ ଖବର