ଦିଲ୍ଲୀରୁ ମୁମ୍ବାଇ ବିମାନ ଭଡ଼ା ଦୁବାଇଠାରୁ ବି ମହଙ୍ଗା ହେଲା, କାରଣ ଜାଣନ୍ତୁ

ନୂଆଦିଲ୍ଲୀ : ଦେଶରେ ଘରୋଇ ବିମାନ ଯାତ୍ରା ମୂଲ୍ୟ ହଠାତ୍ ଆକାଶଛୁଆଁ ହେବାରେ ଲାଗିଛି। ଭଡ଼ା ଏତେ ବୃଦ୍ଧି ପାଇଛି ଯେ ଅନ୍ତର୍ଜାତୀୟ ବିମାନ ଯାତ୍ରା ଅପେକ୍ଷା ଘରୋଇ ବିମାନ ମହଙ୍ଗା ହୋଇଛି । ବିଶେଷ କରି ଯଦି ଆପଣ ୨୪ ଘଣ୍ଟା ପୂର୍ବରୁ ଦିଲ୍ଲୀରୁ ଘରୋଇ ବିମାନ ବୁକ୍ କରନ୍ତି ତେବେ ଆପଣଙ୍କୁ ବିପୁଳ ପରିମାଣର ଟଙ୍କା ଦେବାକୁ ପଡିବ ।

ବୁଧବାର ଦିନ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଭଡ଼ା ଏତେ ଅଧିକ ଥିଲା ଯେ ଲୋକମାନେ ହୋସ ହରାଇଥିଲେ। ଜୁନ୍ ୧ ରେ ଦିଲ୍ଲୀ-ମୁମ୍ବାଇ ବିମାନର ମୂଲ୍ୟ ୧୯,୦୦୦ ଟଙ୍କା ଥିବା ବେଳେ ଦିଲ୍ଲୀ-ଦୁବାଇ ବିମାନର ମୂଲ୍ୟ ୧୪,୦୦୦ ଟଙ୍କା ଥିଲା। ସେହିପରି ଜୁନ୍ ପହିଲାରେ ଦିଲ୍ଲୀରୁ କୋଚିନକୁ ବିମାନ ଭଡ଼ା ୨୨ ହଜାର ଟଙ୍କା ଥିବା ବେଳେ କୋଲକାତାରୁ ଚେନ୍ନାଇ ବିମାନର ଭଡ଼ା ପ୍ରାୟ ୧୪ ହଜାର ଟଙ୍କା ଥିଲା।

ଯଦିଓ କିଛି ସହରର ଭଡ଼ା ଦିଲ୍ଲୀ ଓ ମୁମ୍ବାଇ ଠାରୁ ଅଧିକ ଥିଲା, ତଥାପି ପୂର୍ବ ଓ ଉତ୍ତର-ପୂର୍ବ ସହରର ଭଡ଼ା ସ୍ବାଭାବିକ ଥିଲା । ବୁଧବାର ମୁମ୍ବାଇରୁ କୋଲକାତାକୁ ବିମାନ ଭଡ଼ା ୭୨୦୦ ଟଙ୍କା ଏବଂ ବାଗଡୋଗ୍ରା ପାଇଁ ଟିକେଟ ଭଡା ୮୩୦୦ ଟଙ୍କା ଥିଲା । ମୁମ୍ବାଇରୁ ଦିଲ୍ଲୀ କୁ ଟିକେଟ ୪୭୦୦ ଟଙ୍କା ଥିଲା ।

କୁହାଯାଉଛି ଯେ ଗୋଫାଷ୍ଟ ଏୟାରଲାଇନ୍ସର ବିମାନ ସେବା ସ୍ଥଗିତ ଥିବା ଯୋଗୁଁ  ଅନ୍ୟ ଏୟାରଲାଇନ୍ସଗୁଡ଼ିକରେ ଭୀଡ଼ ହେଉଛି ଓ ଟିକେଟ ଚାହିଦା ବଢିଯାଇଛି । ଏହି କାରଣରୁ ଭଡ଼ା ବଢିଚାଲିଛି ।

ସମ୍ବନ୍ଧିତ ଖବର