ଏଣିକି ଟ୍ରାଫିକ୍‌ ସିଗ୍‌ନାଲ୍‌ରେ ହର୍ଣ୍ଣ ବଜାଇଲେ ମିଳିବ ଏଭଳି ଦଣ୍ଡ

ମୁମ୍ବାଇ: ଅନେକ ସମୟରେ ଦେଖିବାକୁ ମିଳେ ଟ୍ରାଫିକ୍‌ ସିଗ୍‌ନାଲ୍‌ରେ ଗାଡ଼ିଗୁଡ଼ିକ ଅଟକି ଥିବା ବେଳେ କିଛି ଚାଳକ ହର୍ଣ୍ଣ ବଜାଇ ଥାଆନ୍ତି। ଯଦ୍ୱାରା ଶବ୍ଦ ପ୍ରଦୂଷଣ ହେବା ସହିତ ହର୍ଣ୍ଣ ବଜାଉ ଥିବା ଗାଡ଼ି ସାମ୍ନାରେ କିମ୍ବା ତାର ଆଖପାଖରେ ଥିବା ଅନ୍ୟ ଗାଡ଼ି ଚାଳକମାନଙ୍କୁ ଏହାକୁ ନେଇ ସମସ୍ୟା ହୋଇଥାଏ। ଏଣିକି ଟ୍ରାଫିକ୍‌ ସିଗ୍‌ନାଲ୍‌ରେ ହର୍ଣ୍ଣ ବଜାଉଥିବା ଚାଳକ ସାବଧାନ ହୋଇ ଯାଆନ୍ତୁ। କାରଣ ଏହାକୁ ନେଇ ମୁମ୍ବାଇ ପୁଲିସ ଏକ ପଦକ୍ଷେପ ନେଇଛି।

ବିଶ୍ୱର ସବୁଠାରୁ ଅଧିକ ଧ୍ୱନି ପ୍ରଦୂଷଣ କରୁଥିବା ସହର ମଧ୍ୟରେ ମୁମ୍ବାଇର ନାମ ସାମିଲ ରହିଥିବା ବେଳେ ମୁମ୍ବାଇ ପୁଲିସ ଟ୍ରାଫିକ୍‌ ସିଗ୍‌ନାଲ୍‌ରେ ବିନା କାରଣରେ ହର୍ଣ୍ଣ ବଜାକୁ ନେଇ ଏକ ପଦକ୍ଷେପ ଉଠାଇଛି। ଆଉ ୧ ମିନିଟ୍‌ ୫୩ ସେକେଣ୍ଡର ଏକ ଭିଡିଓ ମଧ୍ୟ ସେୟାର କରିଛି।

ମୁମ୍ବାଇ ପୁଲିସ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ କୁହାଯାଇଛି କି, ଯେଉଁ ଗାଡ଼ି ଚାଳକ ଟ୍ରାଫିକ୍‌ ସିଗନାଲରେ ଯେତେ ଅଧିକ ହର୍ଣ୍ଣ ବଜାଇବେ ତାଙ୍କୁ ସେତେ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ । ଏଥିପାଇଁ କିଛି ସିଗନାଲରେ ୮୫ ଡେସିବଲ ମିଟର ଲଗାଯାଇଛି । ସିଗନାଲରେ ଯେତେ ଅଧିକ ହର୍ଣ୍ଣ ବଜାଯିବ, ସିଗନାଲ ଗ୍ରୀନ୍‌ ହେବା ପାଇଁ ସେତେ ଅଧିକ ସମୟ ଲାଗିବ ବୋଲି କୁହାଯାଉଛି। ଯଦି ୮୫ ଡେସିବଲରୁ ଅଧିକ ହର୍ଣ୍ଣ ବାଜିବ ତେବେ ଗ୍ରୀନ୍‌ ଲାଇଟ୍‌ ଜଳିବା ପାଇଁ ଆହୁରି ୧.୩୦ ମିନିଟ୍‌ର ସମୟ ବଢିଯିବ ।

Image result for mumbai-police-has-created-a-sound-pollution"
The Hindu

ପୁଲିସ ଏହି ପଦକ୍ଷେପକୁ ଏବେ ସବୁ ମହଲରେ ପ୍ରଶଂସା କରାଯାଉଛି। ତେବେ ଗତ ୨ ବର୍ଷରେ ବିନା କାରଣରେ ହର୍ଣ୍ଣ ବଜାଇବାକୁ ନେଇ ୬୦୯ଟି ମାମଲା ରୁଜୁ ହୋଇଥିଲା ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର