ମୁମ୍ବାଇରୁ ସିଙ୍ଗାପୁର ଯାଉଥିବା ବିମାନରେ ବୋମା ଆତଙ୍କ ! ଜରୁରିକାଳୀନ ଅବତରଣ କଲା ବିମାନ

ନୂଆଦିଲ୍ଲୀ: ମୁୁୁମ୍ବାଇରୁ ସିଙ୍ଗାପୁର ଯାଉଥିବା ସିଙ୍ଗାପୁର ଏୟାର୍‌ଲାଇନସର ଏକ ବିମାନରେ ବୋମା ଅଛି ବୋଲି ମଙ୍ଗଳବାର ସୂଚନା ମିଳିବା ପରେ ବିମାନଟି ସୁରକ୍ଷିତ ଭାବେ ସିଙ୍ଗାପୁରର ଚାଙ୍ଗି ଅର୍ନ୍ତଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ସ୍ଥାନୀୟ ସମୟ ସକାଳ ୮ଟାରେ ବିମାନଟି ଅବତରଣ କରିଥିବା ଜାଣିବାକୁ ମିଳିଛି। ଏହି ବିମାନ ଭିତରେ ସବୁଦାୟ ୨୬୩ ଜଣ ଯାତ୍ରୀ ଉଡ଼ାଣ କରୁଥିଲେ।

ବିମାନ ସେବା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ ‘ମୁମ୍ବାଇରୁ ସିଙ୍ଗାପୁର ଯାଉଥିବା ଏସ୍‌କ୍ୟୁ୪୨୩ ବିମାନରେ ବୋମା ଅଛି ବୋଲି ଜଣେ ଅଜଣା ବ୍ୟକ୍ତି କଲ୍‌ କରି ସୂଚନା ଦେଇଥିଲେ। ବିମାନରେ ୨୬୩ ଜଣ ଯାତ୍ରୀ ଥିଲେ। ବିମାନରେ ବୋମା ଅଛି ବୋଲି ସୂଚନା ମିଳିବା ପରେ ଅଧିକାରୀମାନେ ବିମାନକୁ ତନ୍ନ ତନ୍ନ କରି ଯାଞ୍ଚ୍ କରିଛନ୍ତି ।’

ଏୟାର୍‌ଲାଇନ୍‌ର ମୁମ୍ବାଇ ଅଫିସ୍‌ କର୍ମଚାରୀଙ୍କ ପକ୍ଷରୁ କୁହାଯାଇଛି ଯେ କେବଳ ଜଣେ ମହିଳା ଓ ଜଣେ ଶିଶୁକୁ ଛାଡ଼ି ଦେବା ପରେ ଆଉ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିସ୍ଥାପିତ କରାଯାଇଛି। ସେମାନେ ସ୍ଥାନ ଛାଡ଼ିବା ପୂର୍ବରୁ ସେମାନଙ୍କୁ ସୁରକ୍ଷା ଯାଞ୍ଚ୍‌ର ସାମ୍ନା କରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର