ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ ଅରବପତିଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି। ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୪ ରିପୋର୍ଟ ଅନୁଯାୟୀ, ୨୦୨୪ ରେ ୯୪ ଜଣ ନୂଆ ଅରବପତି ଭାରତୀୟ ଅରବପତି ତାଲିକାରେ ସାମିଲ ହୋଇଛନ୍ତି। ଯାହାର ସମ୍ପତ୍ତି ୧୦୦ କୋଟି ଡଲାରରୁ ଅଧିକ ତାଙ୍କୁ ଅରବପତି ବା ବିଲିଏନର ବୋଲି କୁହାଯାଏ । 

Advertisment

ରିପୋର୍ଟ ଅନୁଯାୟୀ, ଭାରତର ଅରବପତିମାନେ ମୋଟ ୧ ଟ୍ରିଲିୟନ ଡଲାର ସମ୍ପତ୍ତି ସଂଗ୍ରହ କରିଛନ୍ତି, ଯାହା କି ବିଶ୍ୱର ମୋଟ ସମ୍ପତ୍ତିର ୭% ଅଟେ । ସବୁଠାରୁ ଧନୀ ସହର ଗୁଡ଼ିକ ସେହି ସହରକୁ ବୁଝାଏ ଯେଉଁଠାରେ ସବୁଠାରୁ ଅଧିକ ଅରବପତି ବସବାସ କରନ୍ତି । 

ଭାରତର ଅରବପତିମାନେ ମୋଟ ୧ ଟ୍ରିଲିୟନ ଡଲାର ସମ୍ପତ୍ତି ସଂଗ୍ରହ କରିଛନ୍ତି, ଯାହା କି ବିଶ୍ୱର ମୋଟ ସମ୍ପତ୍ତିର ୭% ଅଟେ । ସବୁଠାରୁ ଧନୀ ସହର ଗୁଡ଼ିକ ସେହି ସହରକୁ ବୁଝାଏ ଯେଉଁଠାରେ ସବୁଠାରୁ ଅଧିକ ଅରବପତି ବସବାସ କରନ୍ତି । ଏହି ନୂତନ ପରିବର୍ତ୍ତନ ମଧ୍ୟରେ ଭାରତର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇ ଚୀନର ରାଜଧାନୀ ବେଜିଂକୁ ପଛରେ ପକାଇଦେଇଛି। ବେଜିଂକୁ ପଛରେ ପକାଇ ମୁମ୍ବାଇ ଏବେ ଏସିଆର ଅରବପତି ରାଜଧାନୀ ପାଲଟିଛି।

ଏହି ନୂତନ ପରିବର୍ତ୍ତନ ମଧ୍ୟରେ ଭାରତର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇ ଚୀନର ରାଜଧାନୀ ବେଜିଂକୁ ପଛରେ ପକାଇଦେଇଛି। ବେଜିଂକୁ ପଛରେ ପକାଇ ମୁମ୍ବାଇ ଏବେ ଏସିଆର ଅରବପତି ରାଜଧାନୀ ପାଲଟିଛି। ହୁରୁନ୍ ରିପୋର୍ଟ ଅନୁଯାୟୀ ମୁମ୍ବାଇ ଏବେ ବିଶ୍ୱର ତୃତୀୟ ଧନୀ ରାଜଧାନୀ ପାଲଟିଛି। ଅର୍ଥାତ୍ ଭାରତର ଅଧିକାଂଶ ଅରବପତି ମୁମ୍ବାଇରେ ରହୁଛନ୍ତି।

ଚଳିତ ବର୍ଷ ମୁମ୍ବାଇରେ ରହୁଥିବା ଅରବପତିଙ୍କ ତାଲିକାରେ ୫୮ ଜଣ ନୂଆ ନାମ ଯୋଡ଼ି ହୋଇଥିବା ବେଳେ ମୁମ୍ବାଇରେ ରହୁଥିବା ଅରବପତିଙ୍କ ସଂଖ୍ୟା ୩୮୬କୁ ବୃଦ୍ଧି ପାଇଛି। ଦେଶର ରାଜଧାନୀ ଦିଲ୍ଲୀରେ ଚଳିତ ବର୍ଷ ୧୮ ଜଣ ନୂଆ ଅରବପତି ଯୋଡ଼ି ହେବା ପରେ ଦିଲ୍ଲୀରେ ରହୁଥିବା ଅରବପତିଙ୍କ ସଂଖ୍ୟା ୨୧୭କୁ ବୃଦ୍ଧି ପାଇଛି। ହାଇଦ୍ରାବାଦ ୧୦୪ ଅରବପତିଙ୍କ ସହ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି, ଯେଉଁଥିରେ ୧୭ ଜଣ ନୂଆ ଅରବପତି ଯୋଡ଼ି ହୋଇଛନ୍ତି।