ବେଜିଂ: ବିଶ୍ବର ପ୍ରମୁଖ ବିଦ୍ୟୁତ୍ କାର୍ କମ୍ପାନି ଟେସ୍ଲାର ପ୍ରତିଷ୍ଠାତା ତଥା ଆମେରିକୀୟ ଉଦ୍ୟୋଗୀ ଏଲନ୍ ମସ୍କ ଚୀନକୁ ଏକ ପ୍ରକାର ଚାଲେଞ୍ଜ୍ କରିଛନ୍ତି। ତାଙ୍କ କାର୍ ଯଦି ଚୀନ୍ରେ ଗୁଇନ୍ଦାଗିରି କରିଥିବ ତା’ହେଲେ ସେ କମ୍ପାନିକୁ ବନ୍ଦ କରିଦେବେ ବୋଲି କହିଛନ୍ତି। କେବଳ ଚୀନ୍ କାହିଁକି ଅନ୍ୟ କେଉଁଠି ବି ଯଦି ଟେସ୍ଲା କାର ଏଭଳି କାର୍ଯ୍ୟ କରିଥାଏ ତେବେ ମଧ୍ୟ କମ୍ପାନି ବନ୍ଦ କରି ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଚୀନର ସାମରିକ ବାହିନୀ ଏହାର ପ୍ରତିଷ୍ଠାନଗୁଡ଼ିକରେ ଟେସ୍ଲା କାର୍ ବ୍ୟବହାରକୁ ନିଷିଦ୍ଧ କରିଛି। ଗାଡ଼ିରେ କ୍ୟାମେରା ଲାଗିଥିବାରୁ ଏହି କମ୍ପାନିର କାର୍ ବ୍ୟବହାର ଉପରେ କଟକଣା ଲଗାଯାଇଛି। ସେନା ବାହିନୀର ଏହି ନିଷ୍ପତ୍ତି ପରେ ମସ୍କ ପ୍ରଥମ ଥର ପାଇଁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ଏଥିସହିତ ବିଶ୍ବର ଦୁଇଟି ଯାକ ବଡ଼ ଅର୍ଥନୀତି ପରସ୍ପରକୁ ଅଧିକ ବିଶ୍ବାସ କରିବା ଆବଶ୍ୟକତା ରହିଛି ବୋଲି ମସ୍କ କହିଛନ୍ତି।
ଚୀନ୍କୁ ଚାଲେଞ୍ଜ୍ କଲେ ମସ୍କ, କାର୍ରେ ଗୁଇନ୍ଦାଗିରି ହୋଇଥିଲେ କମ୍ପାନି ବନ୍ଦ କରିଦେବି
/sambad/media/post_attachments/wp-content/uploads/2020/10/Elon-Musk.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)