ନୂଆଦିଲ୍ଲୀ: ଇଲେକ୍ଟ୍ରିକ କାର ନିର୍ମାତା ଟେସ୍ଲା ଭାରତ ପାଇଁ ରଖିଥିବା ଯୋଜନା ସଂପର୍କରେ ଏଲନ ମସ୍କ ଟ୍ବିଟ୍ କରି ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ସରକାର ଏହି କମ୍ପାନିକୁ ପ୍ରଥମେ ଭାରତରେ କାରଖାନା ସ୍ଥାପନ କରିବା ଏବଂ ପରେ ବିକ୍ରି କରିବା ପାଇଁ କହି ଆସୁଛନ୍ତି। କିନ୍ତୁ ମସ୍କ ଆଜି ଏହାର ଓଲଟା କହିଛନ୍ତି। ସେ କହିଛନ୍ତି ଟେସ୍ଲା ଯେଉଁ ସ୍ଥାନରେ ପ୍ରଥମେ ବିକ୍ରି ଏବଂ ସେବା ଯୋଗାଇବାକୁ ଅନୁମତି ପାଇନାହିଁ ସେଠାରେ କାରଖାନା ବସାଇବ ନାହିଁ। ଭାରତରେ ଟେସଲା କାରଖାନା ବସାଇବା ଯୋଜନା ରଖିଛି କି ବୋଲି ଜଣେ ବ୍ୟକ୍ତି କରିଥିବା ଟ୍ବିଟ୍ର ଉତ୍ତରରେ ମସ୍କ ଏହା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତମାସରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଥିଲେ ଯଦି ଟେସ୍ଲା ଭାରତରେ କାରଖାନା ନିର୍ମାଣ କରିବାକୁ ପ୍ରସ୍ତୁତ ରହିଛି ତା’ହେଲେ ଆମର କୌଣସି ସମସ୍ୟା ନାହିଁ। କମ୍ପାନି ଚୀନରୁ କାର୍ ଆମଦାନି କରି ଭାରତରେ ବିକ୍ରି କରିବା ଅନୁଚିତ। ତାହା ପୂର୍ବରୁ ଗତବର୍ଷ ଅଗଷ୍ଟରେ ମସ୍କ କହିଥିଲେ ଯଦି ଟେସ୍ଲା ଆମଦାନିକୃତ କାର୍ ବିକ୍ରି କ୍ଷେତ୍ରରେ ଭାରତରେ ସଫଳତା ହାସଲ କରେ ତା’ହେଲେ କାରଖାନା ନିର୍ମାଣ କରିପାରେ। ଭାରତରେ କମ୍ପାନି ଏହାର କାର ବିକ୍ରି ପାଇଁ ଆଗ୍ରହୀ ରହିଛି। କିନ୍ତୁ ଭାରତର ଉଚ୍ଚ ଆମଦାନି ଶୁଳ୍କ ଏ କ୍ଷେତ୍ରରେ ପ୍ରତିବନ୍ଧକ ସାଜିଛି। ବର୍ତ୍ତମାନ ଭାରତ ୪୦ ହଜାର ଡଲାରରୁ ଅଧିକ ମୂଲ୍ୟର କାର ଉପରେ ୧୦୦ ପ୍ରତିଶତ ଆମଦାନି ଶୁଳ୍କ ଆଦାୟ କରୁଥିବାବେଳେ ଏହାଠାରୁ କମ୍ମୂଲ୍ୟର କାର୍ ଉପରେ ୬୦ ପ୍ରତିଶତ ଶୁଳ୍କ ଆଦାୟ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/musk-2.jpg)