ଟ୍ବିଟ୍‌ରେ ଭାରତର ଅଶୋକଙ୍କୁ ଚାକିରି ଦେଇଥିଲେ ମସ୍କ, ଟେସ୍‌ଲା ଅଟୋପାଇଲଟ୍‌ର ପ୍ରଥମ କର୍ମଚାରୀ

ନୂଆଦିଲ୍ଲୀ: ‌ଟେସ୍‌ଲାର ପ୍ରତିଷ୍ଠାତା ତଥା ସିଇଓ ଏଲନ ମସ୍କ ସାଧାରଣତଃ ସାମାଜିକ ଗଣମାଧ୍ୟମ ଜରିଆରେ କର୍ମଚାରୀଙ୍କୁ ନିଯୁକ୍ତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ମସ୍କ ଭାରତୀୟଙ୍କ ପାଇଁ ଏକ ରୋଚକ ତଥ୍ୟ ସାମ୍ନାକୁ ଆଣିଛନ୍ତି। ଟେସ୍‌ଲାର ଅଟୋପାଇଲଟ୍‌ ଟିମ୍‌ ପାଇଁ ପ୍ରଥମ କର୍ମଚାରୀ ଭାବେ ସେ ଭାରତର ଅଶୋକ ଏଲୁସ୍ବାମୀଙ୍କୁ ଟ୍ବିଟ୍‌ ମାଧ୍ୟମରେ ନିଯୁକ୍ତ କରିଥିବା ସୂଚନା ଦେଇଛନ୍ତି। ଅଶୋକ ଅଟୋପାଇଲଟ୍ ଇଞ୍ଜିନିୟରିଂର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

ଏକ ସାକ୍ଷାତକାରରେ ମସ୍କ ଏହା ମଧ୍ୟ କହିଛନ୍ତି ଯେ ଆଣ୍ଡ୍ରେଜ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ରହିଛନ୍ତି। ତେଣୁ ଲୋକମାନେ ମୋତେ ଏବଂ ଆଣ୍ଡ୍ରେଜ୍‌ଙ୍କୁ ଅଧିକ ମାତ୍ରାରେ ଶ୍ରେୟ ଦେଇଥାନ୍ତି। ଟେସ୍‌ଲାର ଅଟୋପାଇଲଟ୍ ଟିମ୍ ଅତ୍ୟନ୍ତ ପ୍ରତିଭାସମ୍ପନ୍ନ। ବିଶ୍ବର କେତେଜଣ ପ୍ରଚଣ୍ଡ ପ୍ରତିଭାବାନ କର୍ମଚାରୀ ଏହି ଟିମ୍‌ରେ ରହିଛନ୍ତି। ଟେସ୍‌ଲାରେ ଯୋଗଦେବା ପୂର୍ବରୁ ସେ ଫକ୍ସୱାଗନ ଇଲେକଟ୍ରୋନି ରିସର୍ଚ୍ଚ ଲାବ ଏବଂ ୱାବକୋ ଭେଇକିଲ କଣ୍ଟ୍ରୋଲ ସିଷ୍ଟମରେ କାର୍ଯ୍ୟ କରୁଥିଲେ। ଚେନ୍ନାଇର କଲେଜ ଅଫ୍ ଇଞ୍ଜିନିୟରିଂ ଗୁଇନ୍‌ଡୁରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ କମ୍ୟୁନିକେସନ ଇଞ୍ଜିନିୟରିଂରେ ବିଟେକ୍‌ ଏବଂ କାର୍ନେଜି ମେଲନ ବିଶ୍ବବିଦ୍ୟାଳୟରୁ ରୋବୋଟିକ୍ସ ସିଷ୍ଟମ ଡେଭଲପମେଣ୍ଟରେ ସେ ମାଷ୍ଟର ଡିଗ୍ରି କରିଛନ୍ତି।

ସମ୍ବନ୍ଧିତ ଖବର