ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କ ଡ୍ରଗ୍ସ ଖାଉଥିବା ଅଭିଯୋଗ ହୋଇଛି। ତାଙ୍କ ଦୁଇ କଂପାନି ଟେସ୍ଲା ଓ ସ୍ପେସ୍ଏକ୍ସ ବୋର୍ଡର କିଛି ସଦସ୍ୟ ଏନେଇ ଚିନ୍ତା ପ୍ରକଟ କରିଛନ୍ତି। ମସ୍କ ଏଲ୍ଏସ୍ଡି, କୋକେନ, ଏକ୍ଷ୍ଟାସି ଓ ସାଇକେଡେଲିକ୍ ମସ୍ରୁମ୍ ଭଳି କେତେକ ନିଷିଦ୍ଧ ଡ୍ରଗ୍ସ ସେବନ କରୁଛନ୍ତି। ବିଶ୍ବର ବିଭିନ୍ନ ସ୍ଥାନରେ ସେ ଯୋଗଦେଇଥିବା ପ୍ରାଇଭେଟ୍ ପାର୍ଟିଗୁଡ଼ିକରେ ଏହି ଡ୍ରଗ୍ସ ଖାଉଛନ୍ତି। ଗଞ୍ଜେଇ ସେବନ କରୁଥିବା ସେ ନିଜେ ସ୍ବୀକାର କରିଛନ୍ତି। ବ୍ୟସ୍ତବହୁଳ ଜୀବନଶୈଳୀ ଓ ଅଳ୍ପ ସମୟ ନିଦ୍ରା ଯୋଗୁଁ ବେଳେ ବେଳେ ମସ୍କ ଉତ୍କ୍ଷୀପ୍ତ ହୋଇପଡ଼ୁଛନ୍ତି। ତାଙ୍କ ଜୀବନୀ ରଚନା କରିଥିବା ୱାଲ୍ଟର ଆଇଜ୍ୟାକ୍ସନ୍ ସେହି ମୁହୂର୍ତ୍ତକୁ ତାଙ୍କ ‘ଦାନବ ରୂପ’ ବୋଲି ବର୍ଣ୍ଣନା କରିଛନ୍ତି। ୨୦୧୭ରେ ଅନୁଷ୍ଠିତ କଂପାନିର କାର୍ଯ୍ୟକ୍ରମରେ ସେ ଅଶ୍ରାବ୍ୟ ଭାଷା ବ୍ୟବହାର କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp