ନୂଆଦିଲ୍ଲୀ: ବିଶ୍ବର ଦୁଇ ପ୍ରମୁଖ ଧନୀ ଫେସବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଓ ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କଙ୍କ ମଧ୍ୟରେ ଲଢ଼େଇ ହେବା ନେଇ ଦୀର୍ଘଦିନରୁ ଚର୍ଚ୍ଚା ହେଉଛି। ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ଓ ଯେକୌଣସି ନିୟମ ଅନୁସାରେ ଲଢ଼େଇ କରିବାକୁ ମୁଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ‌ବୋଲି ମସ୍କ କହିଛନ୍ତି। ତାଙ୍କ କଥା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜୁକରବର୍ଗ କହିଛନ୍ତି ‘ସତରେ କ’ଣ ପୁଣି ଥରେ ସେଇଆ କରିବାକୁ ଯାଉଛେ? ସୋସିଆଲ ମିଡିଆରେ ଉଭୟଙ୍କ ବାର୍ତ୍ତାଳାପ ଭାଇରାଲ୍ ହେବାରେ ଲାଗିଛି। ଜଣେ ବ୍ୟକ୍ତି ପ୍ରତିକ୍ରିୟାରେ ଲେଖିଛନ୍ତି ଯେ ଏହି ଦୁଇ ବିଲିଓନେୟାର ସେମାନଙ୍କ ଲଢ଼େଇକୁ ଏକ ନୂଆ ସୋପାନକୁ ନେବାକୁ ଚାହୁଛନ୍ତି। କିଏ ଜାଣେ ଡିଜିଟାଲ ଦୁନିଆର ଆଧିପତ୍ୟ ଆଗାମୀ ଦିନରେ ପ୍ରତ୍ୟକ୍ଷ ଲଢ଼େଇର କାରଣ ‌ହୋଇପାରେ।