ସାନ୍‌ ଫ୍ରାନ୍‌ସିସକୋ : ଟ୍ବିଟରକୁ ନିଜ ଅଧୀନକୁ ନେବା ‌ପରେ ଏହାର ନୂଆ ମାଲିକ ଏଲନ ମସ୍କ କର୍ମଚାରୀଙ୍କୁ ବିଦା କରିବା ‌କ୍ଷେତ୍ରରେ ଲିଙ୍ଗଗତ ପକ୍ଷପାତିତା କରିଛନ୍ତି। କର୍ମକ୍ଷେତ୍ରରେ କୌଣସି ପ୍ରକାର ଲିଙ୍ଗଗତ ଭେଦଭାବ ହୋଇପାରିବ ନାହିଁ ବୋଲି କାଲିଫର୍ଣ୍ଣିଆରେ ନିୟମ ରହିଛି। କିନ୍ତୁ ସେହି ନିୟମକୁ ମସ୍କ ପାଳନ କରିନାହାନ୍ତି।

Advertisment

ସାନଫ୍ରାନସିସକୋ ଅଦାଲତରେ ଦାଖଲ ହୋଇଥିବା ମାମଲାରେ ଏହା କୁହାଯାଇଛି ଯେ, ମସ୍କ ୪୭ ପ୍ରତିଶତ ପୁରୁଷ କର୍ମଚାରୀଙ୍କୁ ଛଟେଇ କରିଥିବାବେଳେ ଛଟେଇ ହୋଇଥିବା ମହିଳା କର୍ମଚାରୀଙ୍କ ସଂଖ୍ୟା ୫୭ ପ୍ରତିଶତ ରହିଛି। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଅତିକମ୍‌ରେ ଟ୍ବିଟରର ୩ ଜଣ କର୍ମଚାରୀ କମ୍ପାନି ବିରୋଧରେ ନ୍ୟାସନାଲ ଲେବର ରିଲେସନ୍ସ ବୋର୍ଡ (ଏନଏଲଆରବି) ନିକଟରେ ଅନ୍ୟାନ୍ୟ ଅଭିଯୋଗ କରିଛନ୍ତି। ଗତ ନଭେମ୍ବରରେ ମସ୍କ ପାଖାପାଖି ୩୮୦୦ କର୍ମଚାରୀଙ୍କୁ ବିଦା କରିଥିଲେ। ମସ୍କଙ୍କ ଏଭଳି କଠୋର ନିଷ୍ପତ୍ତିକୁ ବିରୋଧ କରି ଅନେକ କର୍ମଚାରୀ ଇସ୍ତଫା ମଧ୍ୟ ଦେଇଥିଲେ।